Masthead

ଆଜିଠୁ ପାରାଅଲିମ୍ପିକ୍ସ

(ବଡ଼ ଖବର ବ୍ୟୁରୋ): ମଙ୍ଗଳବାରଠୁ ଟୋକିଓରେ ୨୦୨୦ ପାରାଅଲିମ୍ପିକ୍ସ । ଆଜିଠାରୁ ସେପ୍ଟମ୍ବର ୫ ପର୍ୟ୍ୟନ୍ତ ଚାଲିବ ଟୋକିଓ ପାରାଅଲିମ୍ପିକ୍ସ । କୋଭିଡ ମହାମାରୀ ପାଇଁ କଡା ସୁରକ୍ଷା ଭିତରେ ଆୟୋଜିତ ହୋଇଛି ପାରାଅଲିମ୍ପିକ୍ସ । ଏଥିରେ ୧୬୩ଟି ଦେଶରୁ ପ୍ରାୟ ୪୫୩୭ ଆଥଲେଟ ଭାଗ ନେବେ । ୨୨ଟି କ୍ରୀଡାର ୫୩୯ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ କ୍ରୀଡାବିତ । ପାରାଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

ପାରାଅଲିମ୍ପିକ୍ସରେ ଭାରତରୁ ସବୁଠାରୁ ଅଧିକ ୫୪ ଜଣ ଆଥଲେଟ ଭାଗ ନେଇଛନ୍ତି । ଏଥର ଭାରତ ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି । ଭାରତୀୟ ପାରଅଲିମ୍ପିକ୍ସ ଦଳରେ ଜାଭଲିନ ଥ୍ରୋଓର ଦେବେନ୍ଦ୍ର ଝାଝାରିଆ ଓ ହାଇଜମ୍ପର ମାରିୟାପ୍ପାନ ଥାଙ୍ଗାଭେଲୁଙ୍କ ଭଳି ଷ୍ଟାର ଆଥଲେଟ ରହିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସର ଏହି ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ନେତୃତ୍ବ ନେବେ । ଭାରତ ଅତିକମରେ ୧୫ଟି ପଦକ ଜିତିବାକୁ ଆଶା ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ