Masthead

ମୃତ ପୁଅ ବଞ୍ଚିବା ଆଶାରେ ମୃତ ଦେହ ଧରି ବସି ରହିଛନ୍ତି ବାପା ମା’

ସୋନପୁର(ବଡ଼ ଖବର ବ୍ୟୁରୋ): ଏବେ ବି ଅନ୍ଧବିଶ୍ୱାସକୁ ଆଶା କରୁଛନ୍ତି ଲୋକ । ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ଆପଣାଉଥିବା ଦେଖିବାକୁ ମିଳିଛି । ଅନ୍ଧବିଶ୍ୱାସ ଆଧୁନିକ ମଣିଷକୁ ସମ୍ପୂର୍ଣ୍ଣ ଗ୍ରାସ କରିଛି । ମଲା ପୁଅ ବଂଚିବା ଆଶାରେ ଦୀର୍ଘ ୨୦ଘଣ୍ଟାରୁ ଅଧିକ ସମୟ ଧରି ବସିରହିଛନ୍ତି ବାପା ମା’ । ସୋନପୁର ଜିଳ୍ଲାର ସଦର ବ୍ଲକ ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ମରିଯାଇଥିବା ୧୦ମାସର ପୁଅକୁ ୨୦ ଘଣ୍ଟାରୁ ଅଧିକ ସମୟ ହେଲା ଧରି ବସିଛନ୍ତି ବାପା ମା’ । ଗୁଣିଆ କଥାରେ ପଡ଼ି ପୁଅ ବଞ୍ଚିଯିବାର ଆଶା ରଖି ପୁଅକୁ ଧରି ବସିଛନ୍ତି ଦମ୍ପତ୍ତି ।

ନାରାୟଣପୁର ଗାଁର ନବଘନ କର୍ମୀଙ୍କ ୧୦ ମାସର ପୁଅର ଝାଡ଼ାମାନ୍ତି ହେବାରୁ ଚିକିତ୍ସା ପାଇଁ ତାକୁ ବୁର୍ଲା ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରକୁ ଆସି ଏକ ଗୁଣିଆକୁ ଦେଖାଇଥିଲେ ଗୁଣିଆ ଏହାକୁ ଡାହାଣୀର କୋପ ବୋଲି କହି ତାକୁ ବଞ୍ଚାଇଦେବା କଥା କହିଥିଲା । ଏହାପରେ ଦେହରେ ହଳଦୀ ଏବଂ ଚନ୍ଦନ ବୋଳି ମୃତ ପୁଅକୁ ଆସନ୍ତାକାଲି ୭ଟା ପର୍ଯ୍ୟନ୍ତ ରଖିବାକୁ କହିଥିଲା ଗୁଣିଆ । ଯେଉଁ କାରଣରୁ ବାପା ମା’ ଏବେ ମୃତ ପୁଅକୁ ଧରି ବଞ୍ଚିବା ଆଶାରେ ବସି ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି