Masthead

ମୃତ ପୁଅ ବଞ୍ଚିବା ଆଶାରେ ମୃତ ଦେହ ଧରି ବସି ରହିଛନ୍ତି ବାପା ମା’

ସୋନପୁର(ବଡ଼ ଖବର ବ୍ୟୁରୋ): ଏବେ ବି ଅନ୍ଧବିଶ୍ୱାସକୁ ଆଶା କରୁଛନ୍ତି ଲୋକ । ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ଆପଣାଉଥିବା ଦେଖିବାକୁ ମିଳିଛି । ଅନ୍ଧବିଶ୍ୱାସ ଆଧୁନିକ ମଣିଷକୁ ସମ୍ପୂର୍ଣ୍ଣ ଗ୍ରାସ କରିଛି । ମଲା ପୁଅ ବଂଚିବା ଆଶାରେ ଦୀର୍ଘ ୨୦ଘଣ୍ଟାରୁ ଅଧିକ ସମୟ ଧରି ବସିରହିଛନ୍ତି ବାପା ମା’ । ସୋନପୁର ଜିଳ୍ଲାର ସଦର ବ୍ଲକ ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ମରିଯାଇଥିବା ୧୦ମାସର ପୁଅକୁ ୨୦ ଘଣ୍ଟାରୁ ଅଧିକ ସମୟ ହେଲା ଧରି ବସିଛନ୍ତି ବାପା ମା’ । ଗୁଣିଆ କଥାରେ ପଡ଼ି ପୁଅ ବଞ୍ଚିଯିବାର ଆଶା ରଖି ପୁଅକୁ ଧରି ବସିଛନ୍ତି ଦମ୍ପତ୍ତି ।

ନାରାୟଣପୁର ଗାଁର ନବଘନ କର୍ମୀଙ୍କ ୧୦ ମାସର ପୁଅର ଝାଡ଼ାମାନ୍ତି ହେବାରୁ ଚିକିତ୍ସା ପାଇଁ ତାକୁ ବୁର୍ଲା ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରକୁ ଆସି ଏକ ଗୁଣିଆକୁ ଦେଖାଇଥିଲେ ଗୁଣିଆ ଏହାକୁ ଡାହାଣୀର କୋପ ବୋଲି କହି ତାକୁ ବଞ୍ଚାଇଦେବା କଥା କହିଥିଲା । ଏହାପରେ ଦେହରେ ହଳଦୀ ଏବଂ ଚନ୍ଦନ ବୋଳି ମୃତ ପୁଅକୁ ଆସନ୍ତାକାଲି ୭ଟା ପର୍ଯ୍ୟନ୍ତ ରଖିବାକୁ କହିଥିଲା ଗୁଣିଆ । ଯେଉଁ କାରଣରୁ ବାପା ମା’ ଏବେ ମୃତ ପୁଅକୁ ଧରି ବଞ୍ଚିବା ଆଶାରେ ବସି ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ