Masthead

ପ୍ରଥମ ଥର ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ। ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏନଡିଏ ପକ୍ଷରୁ ପୁଣି ଥରେ ଓମ ବିର୍ଲା ନାମାଙ୍କନ ଭରିଥିବା ବେଳେ ବିରୋଧୀଙ୍କ ପକ୍ଷରୁ କେ ସୁରେଶ ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଶାସକ ଏବଂ ବିରୋଧୀଙ୍କ ସର୍ବସମ୍ମତି କ୍ରମେ ବାଚସ୍ପତିଙ୍କୁ ଚୟନ କରାଯାଉଥିଲା । କିନ୍ତୁ ଏଥର ପରମ୍ପରା ଭାଙ୍ଗିବାକୁ ଯାଉଛି ।

ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖଡ଼ଗେଙ୍କୁ ଫୋନ୍ କରି ସ୍ପିକର ପଦବୀ ପାଇଁ ସମର୍ଥନ ମାଗିଥିଲେ । ସେପଟେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିରୋଧୀ ବାଚସ୍ପତି ପୋଷ୍ଟକୁ ସମର୍ଥନ ଦେବାକୁ ରାଜି ଅଛି । ହେଲେ ବିରୋଧୀଙ୍କୁ ଉପବାଚସ୍ପତି ପଦବୀ ମିଳିବା ଦରକାର । ଏହା ଉପରେ ରାଜନାଥ ସିଂହଙ୍କ ପକ୍ଷରୁ କୌଣସି ଜବାବ ମିଳିନଥିଲା । ଏପରିକି ରାଜନାଥ କଲ ବ୍ୟାକ୍ କରିବେ କହି କରିନଥିଲେ ବୋଲି ରାହୁଲ ଅଭିଯୋଗ କରିଥିଲେ । ସେ ଆହୁରି କହିଥିଲେ ଯେ, ଆମ ନେତାଙ୍କୁ ଦୁର୍ବ୍ୟବହାର କରାଯାଉଛି ।

କେ. ସୁରେଶ ୮ ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ସେ ୧୯୮୯, ୧୯୯୧, ୧୯୯୬, ୧୯୯୯, ୨୦୦୯, ୨୦୧୪, ୨୦୧୯, ୨୦୨୪ରେ ସାଂସଦ ହୋଇଛନ୍ତି । କେ. ସୁରେଶ କେରଳର ମାବେଲିକ୍କାରା ଆସନରୁ କଂଗ୍ରେସ ସାଂସଦ ଅଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା