Masthead

ଗୋଟିଏ ମାସରେ ଗୋଟିଏ ସହରରେ ଭୁସୁଡ଼ିଲାଣି ୨ଟି କୋଠା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ବଡ଼ ଅଘଟଣ । କୋଠା ଭୁସୁଡ଼ି ୭ମୃତ । ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସ ନଗର ନେହରୁ ଛକରେ ଘଟିଛି ଏହି ଅଘଟଣ ।। ଏକ କୋଠାର ଗୋଟିଏ ଭାଗ ଭୁସୁଡି ୭ଜଣ ମୃତ୍ୟୁବରଣ କରିଛନ୍ତି । କୋଠାର ତେବେ କୋଠାର ଭଗ୍ନାବଶେଷ ତଳେ ୪ରୁ ୫ଜଣ ଫସି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି । ତେବେ କୋଠାର ପାଞ୍ଚ ମହଲାର ଗୋଟିଏ ବଡ ସ୍ଲାବ ତଳ ମହଲାକୁ ଭୁସୁଡ଼ି ପଡିଛି ।

ଏହି ଅଘଟଣ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ଏହି କୋଠାଟି ପ୍ରାୟ ୨୬ବର୍ଷ ପୁରୁଣା ହୋଇଥିବାବେଳେ ଏଠାରେ ପ୍ରାୟ ୨୯ଟି ପରିବାର ବସବାସ କରୁଥିଲେ । ତେବେ ଚଳିତ ମାସରେ ମହାରାଷ୍ଟ୍ର ଉଲ୍ଲାସ ନଗରରେ ଏହା ଦ୍ୱିତୀୟ ଘଟଣା । ମେ ୧୫ ତାରିଖରେ ମଧ୍ୟ ଏହି ସହରରେ ଏକ କୋଠା ଭୁସୁଡ଼ି ୫ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଜଣେ ୧୨ବର୍ଷର ନାବାଳକ ମଧ୍ୟ ରହିଥିବା ସୂଚନା ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’