Masthead

ଗୋଟିଏ ମାସରେ ଗୋଟିଏ ସହରରେ ଭୁସୁଡ଼ିଲାଣି ୨ଟି କୋଠା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ବଡ଼ ଅଘଟଣ । କୋଠା ଭୁସୁଡ଼ି ୭ମୃତ । ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସ ନଗର ନେହରୁ ଛକରେ ଘଟିଛି ଏହି ଅଘଟଣ ।। ଏକ କୋଠାର ଗୋଟିଏ ଭାଗ ଭୁସୁଡି ୭ଜଣ ମୃତ୍ୟୁବରଣ କରିଛନ୍ତି । କୋଠାର ତେବେ କୋଠାର ଭଗ୍ନାବଶେଷ ତଳେ ୪ରୁ ୫ଜଣ ଫସି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି । ତେବେ କୋଠାର ପାଞ୍ଚ ମହଲାର ଗୋଟିଏ ବଡ ସ୍ଲାବ ତଳ ମହଲାକୁ ଭୁସୁଡ଼ି ପଡିଛି ।

ଏହି ଅଘଟଣ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ଏହି କୋଠାଟି ପ୍ରାୟ ୨୬ବର୍ଷ ପୁରୁଣା ହୋଇଥିବାବେଳେ ଏଠାରେ ପ୍ରାୟ ୨୯ଟି ପରିବାର ବସବାସ କରୁଥିଲେ । ତେବେ ଚଳିତ ମାସରେ ମହାରାଷ୍ଟ୍ର ଉଲ୍ଲାସ ନଗରରେ ଏହା ଦ୍ୱିତୀୟ ଘଟଣା । ମେ ୧୫ ତାରିଖରେ ମଧ୍ୟ ଏହି ସହରରେ ଏକ କୋଠା ଭୁସୁଡ଼ି ୫ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଜଣେ ୧୨ବର୍ଷର ନାବାଳକ ମଧ୍ୟ ରହିଥିବା ସୂଚନା ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ