Masthead

ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ବନ୍ଧୁକ ଦେଖାଇ ଅପହରଣ । ଦୁଇ ଭାଇଙ୍କୁ ଅପହରଣ କଲେ ଦୁର୍ବୃତ୍ତ । ଗଞ୍ଜାମ ଥାନାଠୁ ୧୦୦ ମିଟର ଦୂରରେ ଘଟିଛି ଏଭଳି ଘଟଣା । ପୁଇଁତୋଳା ଛକ ଏକ ଦୋକାନରୁ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଏକ ଢ଼ାବା ନିକଟରେ ଚା’ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୁତ୍ତ ମାଉଜର ଦେଖାଇ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

୨ଟି କାର୍‌ରେ ପ୍ରାୟ ୪ ଜଣ ଯୁବକ ଦୋକାନ ପାଖରେ ପହଂଚି ପିସ୍ତଲ ଦେଖାଇ ସେମାନଙ୍କୁ ଅପହରଣ କରିଥିଲେ । ପରିବାର ଲୋକ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ବିରୋଧ କରି ଅନ୍ୟ ଦୋକାନୀ ମାନେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । କିଏ କାହିଁକି ୨ ଭାଇଙ୍କୁ ଅପହରଣ କରିଛି ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି