Masthead

ଦିଲ୍ଲୀରେ ପାର୍କ, ବାର, କ୍ଲବ ଖୋଲିବାକୁ ଅନୁମତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ‘ଅନଲକ’ ପ୍ରକ୍ରିୟା ଆରମ୍ଭ ହେବା ସହ ଆହୁରି କିଛି କରୋନା କଟକଣା କୋହାଳ କରାଯାଇଛି । ରବିବାର ଦିନ ‘ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମଏ) ଜାତୀୟ ରାଜଧାନୀ ନିମନ୍ତେ ଆହୁରି କିଛି କୋଭିଡ୍‌-୧୯ କଟକଣା କୋହଳ କରିଛନ୍ତି। ସୋମବାର ଠାରୁ ପୁଣି ଥରେ ଜାତୀୟ ରାଜଧାନୀ ଅଞ୍ଚଳରେ ଆସନ ସାମର୍ଥ୍ୟର ୫୦% ପୂରଣ କରି ବାର୍‌, ସର୍ବସାଧାରଣ ପ୍ରମୋଦ ଉଦ୍ୟାନ, ବଗିଚା, ଗଲଫ୍‌ କ୍ଲବ୍‌ ଏବଂ ମୁକ୍ତାକାଶ ଯୋଗ କାର୍ଯ୍ୟକଳାପ ଆରମ୍ଭ କରାଯାଇ ପାରିବ ବୋଲି ‘ଡିଡିଏମ୍‌ଏ’ ଏକ ଆଦେଶନାମାରେ କହିଛି। ଅଧିକ ସଂକ୍ରମଣଶୀଳ କୋଭିଡ୍-୧୯ ମହାମାରୀର ଦ୍ବିତୀୟ ପ୍ରବାହ ଯୋଗୁଁ ଦିଲ୍ଲୀରେ କଟକଣା ଜାରି ହୋଇଥିଲା।

ସେସବୁ ପର୍ଯ୍ୟାୟକ୍ରମେ ହଟାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଥିଲେ। ଆସନ ସାମର୍ଥ୍ୟର ୫୦% ପୂରଣ କରି ସୋମବାର ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ବାର୍‌ ସବୁ ପୁଣି ଥରେ ଖୋଲିବାକୁ ଅନୁମତି ପାଇଛନ୍ତି। ରୋସ୍ତୋରାଁ ସବୁ ସକାଳ ୮ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଖୋଲା ଯାଇ ପାରିବ। କିନ୍ତୁ, ସେମାନଙ୍କ ପରିସର ମଧ୍ୟରେ ସରକାରୀ ଗାଇଡ୍‌ଲାଇନ୍‌ ଓ ନିୟମାନୁସାରେ କୋଭିଡ୍-୧୯ ପ୍ରାସଙ୍ଗିକ ଆଚରଣ କଡ଼ାକଡ଼ି ପାଳନ କରାଯାଉଛି ବୋଲି ମାଲିକମାନେ ସୁନିଶ୍ଚିତ ହେବା ଉଚିତ।

ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ପାଇଁ ସେମାନେ ଉତ୍ତରଦାୟୀ ରହିବେ ବୋଲି ‘ଡିଡିଏମ୍‌ଏ’ କହିଛି। କିନ୍ତୁ, ସିନେମା, ଜିମ୍‌ସ୍‌, ସ୍ପା ଆଦି ଜୁନ୍‌ ୨୮ ତାରିଖ ଭୋର୍‌ ୫ଟା ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ପୂର୍ବରୁ କଟକଣା ଜାରି କରାଯାଇଛି। ଶନିବାର ଦିନ ଦିଲ୍ଲୀରେ କୋଭିଡ୍‌-୧୯ଜନିତ ୭ଜଣଙ୍କ ମୃତ୍ୟୁ ଏବଂ ୧୩୫ଜଣ ସଦ୍ୟ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟାବଳିରୁ ଜଣାପଡ଼ିଥିଲା। ଏପ୍ରିଲ୍ ପହିଲା ଠାରୁ ଏହା ହେଉଛି ଦିଲ୍ଲୀରେ ସର୍ବନିମ୍ନ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା। ଦିଲ୍ଲୀରେ ପଜିଟିଭିଟି ହାର ମଧ୍ୟ ୦.୧୮%କୁ ହ୍ରାସ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ