Masthead

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି ଭାଇ, ଭଉଣୀ

ବସ୍ତା(ବଡ଼ ଖବର ବ୍ୟୁରୋ): ଅଜଣା ରୋଗରେ ବାପାଙ୍କ ମୃତ୍ୟୁ ପରେ ସତେ ଯେମିତି ପରିବାର ଉପରେ ଆକାଶ ଛିଡିପଡିଛି । ଆର୍ଥିକ ସମ୍ବଳ ନଥିବାରୁ ଘରେ ଚୂଲି ବି ଜଳୁନି । ବାପାଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି ଦୁଇ ଭାଇ ଭଉଣୀ । ଏମାନଙ୍କ ଦୁଖଃ ଦେଖି ସାହି ପଡିଶା ବି କାନ୍ଦି ପକଉଛନ୍ତି । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ପହଣା ଗ୍ରାମର ଏହି ହୃଦୟବିଦାରକ ଦୃଶ୍ୟ ଆପଣଙ୍କୁ ଭାବବିହ୍ବଳ କରିବାକୁ ବାଧ୍ୟ କରିବ । ବାବୁ କିଛି ଦିଅନ୍ତୁ । ମା, ଆମକୁ କିଛି ସାହାଯ୍ୟ କରନ୍ତୁ । ବାପାଙ୍କ ଶୁଦ୍ଧିକ୍ରିୟା କରିବୁ । ଆମେ ବହୁତ ଗରିବ ଲୋକ ଆଜ୍ଞା । ଏହା କୌଣସି ସିନେମା ବା ନାଟକର ସଂଳାପ ନୁହେଁ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପହଣା ଗ୍ରାମର ବାସ୍ତବ କଥା । ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ କାନ୍ଦି କାନ୍ଦି ଭାଇ ଭଉଣୀ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି । ଦେଖନ୍ତୁ ଏହି ଦୃଶ୍ୟ । ଏମାନଙ୍କ ବୁକୁ ଫଟା କାନ୍ଦ, ସହଯୋଗ ପାଇଁ ଆକୁଳ ଗୁହାରୀ ଦାତାମାନଙ୍କୁ ଭାବବିହ୍ୱଳ କରିପକାଉଛି । ସେମାନଙ୍କ ଆଖି ମଧ୍ୟ ଛଳ ଛଳ ହେଇ ଯାଉଛି । କିଏ ଚାଉଳ ଦେଉଛି ତ କିଏ ଟଙ୍କା । କୁନି ଭାଇଭଉଣୀଙ୍କ ଦୁଃଖ ଦେଖି ସାହିପଡିଶାଙ୍କ ଆଖି ଛଳ ଛଳ ହୋଇଯାଉଛି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପହଣା ଗ୍ରାମର ରବିନ୍ଦ୍ର ମୁଖୀ । ଜମିବାଡି କିଛି ନଥିବାରୁ ରବିନ୍ଦ୍ର ପରଘରେ ମୂଲଲାଗି ପରିବାର ଚଳାଉଥିଲେ । କିଛିବର୍ଷ ପୂର୍ବରୁ ରବୀନ୍ଦ୍ରଙ୍କ ବଡପୂଅର ମୃତ୍ୟୁ ହୋଇଥିଲା । ଅର୍ଥାଭାବରୁ ପୁଅର ଚିକିତ୍ସା କରାଇପାରିନଥିଲେ ରବୀନ୍ଦ୍ର । ଅଜଣା ରୋଗରେ ଆକ୍ରାନ୍ତ ହୋଇ ରବୀନ୍ଦ୍ର ୧୦ଦିନ ତଳେ ସବୁଦିନ ପାଇଁ ଆଖି ବୁଜି ଦେଲେ । ଦୁଇ ନାବାଳକ ଭାଇ ଭଉଣୀ, ରବିନ୍ଦ୍ରଙ୍କ ସ୍ତ୍ରୀ ଏବଂ ବୁଢୀ ମା ଲୁହ ଗଡାଉଛନ୍ତି । ଭାଗ୍ୟକୁ ଆଦରି ଭଙ୍ଗାକୁଡିଆରେ ଭୋକ ଉପବାସରେ ପଡି ରହିଛନ୍ତି । ଅନ୍ତେଷ୍ଟି କ୍ରିୟା ପାଇଁ ଘରେ ଟଙ୍କାଟିଏ ନାହିଁ । ବାଧ୍ୟ ହୋଇ ଦାଣ୍ଡକୁ ଓହ୍ଳାଇଛନ୍ତି ଦୁଇ ଭାଇ ଭଉଣୀ । ଗୁଣନ୍ତୁ କ’ଣ କହୁଛନ୍ତି ବସ୍ତା ବିଡିଓ । ଏହି ଅସହାୟ ପରିବାରକୁ ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ଏହି ପରିବାର ଉପକୃତ ହୋଇ ପାରନ୍ତେ । ଆପଣ ଚାହିଁଲେ ମଧ୍ୟ ଏହି ପରିବାରକୁ ଫୋନ ପେ ମାଧ୍ୟମ ସହାୟତା କରିପାରିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା