Masthead

ସଂସଦରେ ପଶିଥିଲେ ମନୋରଂଜନ, ବାହାରେ ଥିଲେ ନୀଲମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ସଂସଦରେ ଘଟିଥିବା ଘଟଣାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ସାମିଲ ହେଲେ ସବୁ ଦଳ ନେତା । ଲୋକସଭା ବାଚସ୍ପତି ଓମ୍ ବିର୍ଲ୍ଲାଙ୍କ ଅଧ୍ୟକ୍ଷତରେ ଚାଲିଛି ବୈଠକ । ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି । ସାଂସଦ ଓ ପୂର୍ବତନ ସାଂସଦଙ୍କ ପିଏଙ୍କ ପାସ୍ ରଦ୍ଦ । ଭିଜିଟର ପାସ୍ ସାମୟିକ ଭାବରେ ସ୍ଥଗିତ । ସଂସଦରେ ଘଟଣା ଘଟାଇଥିବା ଯୁବକର ନାଁ ମନୋରଞ୍ଜନ ଡି । ତାଙ୍କ ଘର ମୈସୁରରେ । ଏହି ତଥ୍ୟ ଦିଲ୍ଲୀ ପୋଲିସ ପକ୍ଷରୁ ଜଣାପଡିଛି । ସେପଟେ ସଂସଦରେ ପଶିବା ଘଟଣାରେ ଜଣେ ଯୁବତୀ ମଧ୍ୟ ସାମିଲ ଅଛନ୍ତି । ଯୁବତୀଙ୍କ ନାଁ ନୀଲମ । ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ ।

ଏହି ଘଟଣାରେ ୬ ଜଣ ସାମିଲ ଅଛନ୍ତି । ୬ଜଣଙ୍କ ମଧ୍ୟରୁ ପୋଲିସ ୫ ଜଣକୁ ଅଟକ ରଖିଛି । ଅଟକ ରଖାଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ମନୋରଞ୍ଜନ, ଅମୋଲ, ସାଗର ଓ ନୀଲମଙ୍କ ନା ସମ୍ନାକୁ ଆସିଛି । ଏମାନେ ସମସ୍ତେ ଗୁରୁଗ୍ରାମର ଏକ ଜାଗାରେ ଏକାଠି ହୋଇ କରିଥିଲେ ପ୍ଲାନିଂ । ସେମାନଙ୍କର ଆଧାରକାର୍ଡକୁ ଜବତ କରିଛି ଦିଲ୍ଲୀ ପୋଲିସ ।ମହିଳାଙ୍କ ଉପରେ ଅତ୍ୟାଚାର ଚଳିବ ନାହିଁ । ଏକଛତ୍ରବାଦ ଶାସନ ଚଳିବ ନାହିଁ କହିବା ସହ ଜୟ ଭିମ ନାରା ଦେଲେ ଅଭିଯୁକ୍ତକାରୀ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ