Masthead

ସଂସଦରେ ପଶିଥିଲେ ମନୋରଂଜନ, ବାହାରେ ଥିଲେ ନୀଲମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ସଂସଦରେ ଘଟିଥିବା ଘଟଣାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ସାମିଲ ହେଲେ ସବୁ ଦଳ ନେତା । ଲୋକସଭା ବାଚସ୍ପତି ଓମ୍ ବିର୍ଲ୍ଲାଙ୍କ ଅଧ୍ୟକ୍ଷତରେ ଚାଲିଛି ବୈଠକ । ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି । ସାଂସଦ ଓ ପୂର୍ବତନ ସାଂସଦଙ୍କ ପିଏଙ୍କ ପାସ୍ ରଦ୍ଦ । ଭିଜିଟର ପାସ୍ ସାମୟିକ ଭାବରେ ସ୍ଥଗିତ । ସଂସଦରେ ଘଟଣା ଘଟାଇଥିବା ଯୁବକର ନାଁ ମନୋରଞ୍ଜନ ଡି । ତାଙ୍କ ଘର ମୈସୁରରେ । ଏହି ତଥ୍ୟ ଦିଲ୍ଲୀ ପୋଲିସ ପକ୍ଷରୁ ଜଣାପଡିଛି । ସେପଟେ ସଂସଦରେ ପଶିବା ଘଟଣାରେ ଜଣେ ଯୁବତୀ ମଧ୍ୟ ସାମିଲ ଅଛନ୍ତି । ଯୁବତୀଙ୍କ ନାଁ ନୀଲମ । ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ ।

ଏହି ଘଟଣାରେ ୬ ଜଣ ସାମିଲ ଅଛନ୍ତି । ୬ଜଣଙ୍କ ମଧ୍ୟରୁ ପୋଲିସ ୫ ଜଣକୁ ଅଟକ ରଖିଛି । ଅଟକ ରଖାଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ମନୋରଞ୍ଜନ, ଅମୋଲ, ସାଗର ଓ ନୀଲମଙ୍କ ନା ସମ୍ନାକୁ ଆସିଛି । ଏମାନେ ସମସ୍ତେ ଗୁରୁଗ୍ରାମର ଏକ ଜାଗାରେ ଏକାଠି ହୋଇ କରିଥିଲେ ପ୍ଲାନିଂ । ସେମାନଙ୍କର ଆଧାରକାର୍ଡକୁ ଜବତ କରିଛି ଦିଲ୍ଲୀ ପୋଲିସ ।ମହିଳାଙ୍କ ଉପରେ ଅତ୍ୟାଚାର ଚଳିବ ନାହିଁ । ଏକଛତ୍ରବାଦ ଶାସନ ଚଳିବ ନାହିଁ କହିବା ସହ ଜୟ ଭିମ ନାରା ଦେଲେ ଅଭିଯୁକ୍ତକାରୀ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି