Masthead

ସେପ୍ଟେମ୍ବର ୧ ଯାଏଁ ଆଶିଂକ ଲକଡାଉନ: ସକାଳ ୬ରୁ ରାତି ୮ ସବୁ ଖୋଲା

ଆସିଲା ଅଗଷ୍ଟ ମାସର ଗାଇଡଲାଇନ । ଧିରେ ଧିରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ୨୭ ଜିଲ୍ଲାରେ କୋଭିଡ ସଂକ୍ରମଣ ନଗଣ୍ୟ । ଅଗଷ୍ଟ୧ରୁ ସେପ୍ଟେମ୍ବର ୧ ଯାଏଁ ରାଜ୍ୟ କଟକଣା ବଳବତ୍ତର । ସଂକ୍ରମଣ ନେଇ ଭୟଭୀତ ହେବା ଦରକାର ନାହିଁ କହିଛନ୍ତି ଏସଆରସି । କୋଭିଡ କଟକଣାରେ ଖୋଲିବ ଧର୍ମାନୁଷ୍ଠାନ, ରେସ୍ତୁରାଣ୍ଟ, ଢାବା, ବାର ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବ । ଆହର କେନ୍ଦ୍ରରେ ଖାଇପାରିବେ ଲୋକେ ।

୩୦ ଜଣଙ୍କ ମଧ୍ୟରେ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ହୋଇପାରିବ । ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପାର୍କ,ସପିଂମଲ, ସିନେମା ହଲ, ଯାତ୍ରା ପାଇଁ ୫୦ ପ୍ରତିଶତ ଲୋକରେ ଖୋଲିବ। ଆନ୍ତଃରାଜ୍ୟ ବସ୍ ଚଳାଚଳ ଜାରି ରହିବ । ପାର୍କ ଓ ସମୁଦ୍ରକୂଳ ଖୋଲା ରହିବ । ପର୍ଯ୍ୟଟକମାନେ ଗାଇଡଲାଇନ୍ ମାନିବେ । କଟକ ଭୁବନେଶ୍ବର ଏବଂ ପୁରୀରେ ସପ୍ତାହନ୍ତ ସଟଡାଉନ ଜାରି । ଭୁବନେଶ୍ବର କଟକ ପାଇଁ ସ୍ବତନ୍ତ ରଣନୀତି ପ୍ରସ୍ତୁତ । ରାତି ୮ରୁ ସକାଳ ୬ ଯାଏଁ ରାତ୍ରାକାଳୀନ କର୍ଫ୍ୟୁ ଜାରି । ପ୍ରଦର୍ଶନୀ ଓ ବାଣିଜ୍ୟିକ ମେଳା ମହୋତ୍ସବ ମନା ।

ରାଜ୍ୟରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା । ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ । ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଖୋଲିବ । କୋହଳ ହୋଇଥିବା ସ୍ଥାନମାନଙ୍କରେ କୋଭିଡ କଟକଣା କଡାକଡି ପାଳନ କରିବାକୁ ନିର୍ଦେଶାବଳୀ ଜାରି ହୋଇଛି । ବସରେ ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ ଚଳାଚଳ । ଅଧିକ ସଂଖ୍ୟକ କିମ୍ବା ଠିଆ ହୋଇ ଯାଇପାରିବେ ନାହିଁ ଯାତ୍ରୀ । ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା କରାଯାଇଛି । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ସମସ୍ତ ପର୍ୟ୍ୟଟକ ଗାଇଡ୍‌ଲାଇନ୍‌ ମାନି ପ୍ରର୍ୟ୍ୟଟନ ସ୍ଥଳୀ ଭିତରକୁ ପ୍ରବେଶ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା