Masthead

ଏନଡିଏରେ ନାହାନ୍ତି ଚିରାଗ, ହାଜିପୁର ଆସନ ଛାଡ଼ିବି ନାହିଁ : ପଶୁପତି ପାରଶ

ବିହାର (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନକୁ ନେଇ ଚାଲିଛି ମାନସମନ୍ଥନ । ସବୁ ଦଳ ନିଜ ନିଜ ଭିତରେ ଅଙ୍କକଷା ଆରମ୍ଭ କଲେଣି । ଅଗାମୀ ଲୋକସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରଶ ବିହାରର ହାଜିପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ଏହି ଆସନରେ ତାଙ୍କ ଦାବିକୁ ସମର୍ଥନ କରିବ । କିନ୍ତୁ ଚିରାଗ ପାଶୱାନଙ୍କ ସମର୍ଥନ କରିବେ ନାହିଁ ।

କାରଣ ସେ ଏପର୍ଯ୍ୟନ୍ତ ମେଣ୍ଟର ଅଂଶ ହୋଇ ନାହାନ୍ତି। ସେ ଏକ ସାମ୍ବାଦିକ ସମ୍ମଳନୀ କରି କହିଛନ୍ତି, ଅନେକ ସ୍ଥାନରେ ଭୁଲ ବୁଝାବଣା ବ୍ୟାପିବାରେ ଲାଗିଛି ଯେ ଦାଦା-ପୁତୁରା ଏକ ହୋଇସାରିଛନ୍ତି । କିନ୍ତୁ ଏହା ହେଉଛି ଆମର ବିହାରର ସଂସ୍କୃତି। ମୁଁ ସର୍ମ୍ପକରେ ଦାଦା, ତେଣୁ ଆମର ବିହାର ସଂସ୍କୃତିରେ ପାଦ ଛୁଇଁ ବଡ଼ମାନଙ୍କୁ ପ୍ରଣାମ କରିବାର ପରମ୍ପରା ଅଛି । ସେଦିନ ଚିରାଗ ମଧ୍ୟ ସଭାକୁ ଯାଇଥିଲେ ଏବଂ ଯେତେବେଳେ ସେ ହଠାତ୍ ସାମ୍ନାକୁ ଆସିଲେ, ସେ ମୋର ପାଦ ଛୁଇଁଥିଲେ ।

ମୁଁ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲି । ଏହାକୁ ଅନ୍ୟ କୌଣସି ଊପାୟରେ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭୁଲ୍ । ଆମର ଉଭୟଙ୍କର ଭିନ୍ନ ପାର୍ଟି ଅଛି । ମୋର ଏବଂ ଚିରାଗ ପାସୱାନଙ୍କ ରାଜନୀତି ଅଲଗା । ବୈଠକରେ ନିଶ୍ଚିତ ଭାବେ ଚିରାଗଙ୍କୁ ଡକାଯାଇଥିଲା । କିନ୍ତୁ ସେ ବର୍ତ୍ତମାନ ଏନଡିଏ ସହିତ ନାହାଁନ୍ତି । କିନ୍ତୁ ଆମେ ଏନଡିଏ ସହିତ ଅଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି