Masthead

ରେକର୍ଡ଼ ସଂଖ୍ୟକ ପାସ ହାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ଫଳ । ଆଉ ଏଥରବି ଆଗରେ ରହିଛନ୍ତି ଛାତ୍ରୀ । ଚଳିତବର୍ଷ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ପାସ କରଛନ୍ତି । ୯୭.୮୯ ପ୍ରତିଶତ ରହିଛି ଏବର୍ଷର ପାସ ହାର । ୨୦୨୦ରେ ପାସ ହାର ଥିଲା ୮୦.୫୯% । ଏବର୍ଷ ସର୍ବାଧିକ ରହି ରେକର୍ଡ଼ ସୃଷ୍ଟି ହୋଇଛି ପାସ ହାରରେ । ଚଳିତବର୍ଷ ମୋଟ ୫ଲକ୍ଷ ୧୦ହଜାର ଛାତ୍ରଛାତ୍ରୀ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ମୋଟ ୨ଲକ୍ଷ ୮୧ହଜାର ୬୫୮ଜଣ ଛାତ୍ରୀ ପାସ କରିଥିବା ବେଳେ ୨ଲକ୍ଷ ୮୦ହଜାର ୩୫୨ଜଣ ଛାତ୍ର ପାସ କରିଛନ୍ତି ।

ସେହିପରି ଏ-୧ ଗ୍ରେଡ଼ରେ ୨ହଜାର ୬୫୬ଜଣ ପାସ କରିଥିବା ବେଳେ ଏ-୨ରେ ୨୨ହଜାର ୧୩୧ଜଣ ପାସ କରିଚନ୍ତି । ବି୧ ଗ୍ରେଡରେ ପାସ୍ କରିଛନ୍ତି ୫୨ହଜାର ୧୯୯ ଛାତ୍ରଛାତ୍ରୀ ଓ ବି୨ ଗ୍ରେଡରେ ପାସ୍ କରିଛନ୍ତି ୯୪ହଜାର ୪୭୫ ପିଲା । ତେବେ ସି ଗ୍ରେଡରେ ୧ ଲକ୍ଷ ୩୭ ହଜାର ୧୪, ଡି ଗ୍ରେଡରେ ୧ ଲକ୍ଷ ୫୧ ହଜାର ୬୩୯, ଇ ଗ୍ରେଡରେ ୧ ଲକ୍ଷ ୧ ହଜାର ୭୯୬ ଓ ଏଫ ଗ୍ରେଡରେ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ