Masthead

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସନ୍ତୁ କି ମୁଖ୍ୟମନ୍ତ୍ରୀ ଆସନ୍ତୁ କିଛି ଫରକ ପଡିବ ନାହିଁ: ପୀତମ ପାଢୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସନ୍ତୁ କି ମୁଖ୍ୟମନ୍ତ୍ରୀ ଆସନ୍ତୁ କିଛି ଫରକ ପଡ଼ିବ ନାହିଁ । କୋଟିଆ ଲୋକେ ଓଡ଼ିଶା ସରକାରଙ୍କ ସହ ଅଛନ୍ତି । ଆନ୍ଧ୍ର ବାରମ୍ବାର କୋଟିଆରେ ପ୍ରବେଶ କରୁଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ସ୍ଥାନୀୟ ପଟାଙ୍ଗୀର ବିଜେଡି ବିଧାୟକ ପୀତମ ପାଢୀ । ସେ କହିଛନ୍ତି ଓଡ଼ିଶା ସରକାର ଆଶାତୀତ ଭାବେ ଓଡ଼ିଶା ଲୋକଙ୍କର ଯତ୍ନ ନେଉଛନ୍ତି । ସେମାନେ ଆସୁଛନ୍ତି ଯାଉଛନ୍ତି ତେଣୁ ଭୟଭୀତ ହେବାର ନାହିଁ ।

ସେମାନେ ଏମିତି ଆସୁଥିବେ ଯାଉଥିବେ । ଗ୍ରାସ ରୁଟରୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଅଫିସର କୋଟିଆ ଗଲେଣି ମୁଖ୍ୟମନ୍ତ୍ରୀ କୋଟିଆ ଯିବାର କିଛି ଆବଶ୍ୟକତା ନାହିଁ । ମୁଖ୍ୟ ଶାସନ ସଚିବ ଯିବା ମାନେ ମୁଖ୍ୟମନ୍ତ୍ରୀ ଯିବା ତେଣୁ ମୁଖ୍ୟମନ୍ତ୍ରୀଙ୍କର କୋଟିଆ ଯିବା କିଛି ଆବଶ୍ୟକ ନାହିଁ । ଯେତେବେଳେ ଆନ୍ଧ୍ର କୋଟିଆରେ ବାରମ୍ବାର ଅନୁପ୍ରବେଶ କରି ତାର ଯୋଜନା ସବୁ କାର୍ଯ୍ୟକାରୀ କରୁଛି ସେତିକିବେଳେ ବିଧାୟକଙ୍କ ଏଭଳି ମନ୍ତବ୍ୟ କେତେଦୂର ଯୁକ୍ତିଯୁକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ