Masthead

ପରିବାରର ୬ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ହୃଦୟ ବିଦାରକ ଘଟଣା । ଘର ମଧ୍ୟରୁ ପରିବାରର ୬ ସଦସ୍ୟଙ୍କ ମୃତଦେହ ଉଦ୍ଧାର । ସହରର ବରହ୍ମପୁରାରେ ଗୋଟିଏ ପରିବାରର ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବୁଲୁ ଯାନୀ (୫୪), ତାଙ୍କ ୪୮ ବର୍ଷୀୟ ସ୍ତ୍ରୀଙ୍କ ସମେତ ଦୁଇ ପୁଅ ଏବଂ ଦୁଇ ଝିଅ । ଏମାନେ ସମସ୍ତେ ବିହାର ପ୍ରଦେଶର । ପ୍ରାୟ ୧୦ ବର୍ଷ ତଳେ ଏହି ପରିବାର ଏଠାକୁ ପଳାଇ ଆସି ଅସ୍ଥାୟୀ ଘରକରି ରହୁଥିଲେ । ଜଙ୍ଗଲରୁ ମହୁ ସଂଗ୍ରହ କରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ପାରିପାର୍ଶିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

କେହି ଦୁର୍ବୃତ୍ତ ରାତିରେ ଏମାନଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁୁଛି । ଗୋଟିଏ କୋଠରିରେ ସମସ୍ତଙ୍କ ମୃତଦେହ କମ୍ବଳ ଘୋଡ଼ାଯାଇ ପଡ଼ି ରହିଥିଲା । ନିକଟରେ ଚନ୍ଦନ, ସିନ୍ଦୂର ଲାଗିଥିବା ଏକ ଘଡ଼ି ପଡ଼ି ରହିଥିଲା । ଏଣୁ ପୂଜାପୂଜି କିମ୍ବା ଗୁଣିଗାରେଡ଼ି ପାଇଁ ଏମାନଙ୍କୁ ବଳି ଦିଆଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି, ପାଟଣାଗଡ଼ ପୋଲିସ ସହ ତହସିଲଦାର ତଥା ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ସ୍ଥାନରେ ଗଭୀର କ୍ଷତ ଥିିବା ତହସିିଲଦାର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ