Masthead

ଡମ୍ବରୁଙ୍କୁ ଭୁଲିଗଲା ପ୍ରଶାସନ

ଚିଲିକା (ବଡ଼ ଖବର ବ୍ୟୁରୋ): ଜୀବନର ଚତୁର୍ଥ ସୋପାନରେ ପାଦ ଥାପିଥିବା ବୃଦ୍ଧ ଦମ୍ପତ୍ତି ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ । ଏମାନଙ୍କ ଉପରେ ଲୋକ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତର ମାନସିଂହପୁରରେ ।

ମାନସିଂହପୁରର ଡମ୍ବରୁ ବେହେରାଙ୍କ ସଂସାର କହିଲେ ସ୍ତ୍ରୀ ବାଲି ବେହେରା, ୪ ଝିଅ ଏବଂ ଗୋଟିଏ ପୁଅ । ଝିଅମାନଙ୍କୁ ବିବାହ ଦେଇସାରିଛନ୍ତି ଡମ୍ବରୁ । ପରେ ପୁଅର ଅକାଳ ବିୟୋଗ ଡମ୍ବରୁ ଓ ବାଲି ସହିପାରି ନଥିଲେ । ପାଠସାଠ ପଢ଼ିନଥିବା ଏହି ବୃଦ୍ଧ ଦମ୍ପତି ଭଙ୍ଗା ମନ ନେଇ କୌଣସି ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜର ସମସ୍ୟା ଜଣାଇ ପାରୁନାହାନ୍ତି । ସରକାରୀ ବାବୁମାନେ ବିଭିନ୍ନ କାମରେ ମାନସିଂହପୁର ଆସୁଥିବା ବେଳେ ଡମ୍ବରୁ ନିଜର ଦୁଃଖ ଜଣାଉଛନ୍ତି । ଦୀର୍ଘଦିନ ହେବ ଅଭିଯୋଗ ଜଣାଉଥିଲେ ମଧ୍ୟ ଡମ୍ବରୁ ଆଜି ପର୍ଯ୍ୟନ୍ତ ସୁଫଳ ହୋଇ ନାହାନ୍ତି । ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଗୁହାରି ଜଣାଉଛନ୍ତି, କିନ୍ତୁ ଆଜିକାଲି କହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି ସରକାରୀ ବାବୁ ।

ପରିଣତ ବୟସରଙ୍କ ପହଞ୍ଚିଥିବା ଏହି ଦମ୍ପତ୍ତି ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ । ନା ଅଛି ସେମାନଙ୍କ ପାଖେ ରହିବାକୁ ଘର ନା ଖାଉଟି ସାମଗ୍ରୀ ପାଇଁ କାର୍ଡ । ଦିନେ ଖାଇଲେ ଦୁଇଓଳି ଉପବାସରେ ଏମାନେ ରହିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘଦିନ ହେବଲା ସେମାନଙ୍କ ଘର ଛପର ହୋଇନାହିଁ । ଘରେ ଦିନରେ ସୂର୍ୟ୍ୟ ଓ ରାତିରେ ଜହ୍ନ କିରଣ ପଡୁଛି । । ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ସାଧାରଣଲୋକ ନିଜର ଅଧିକାର ପାଇ ପାରୁନାହାନ୍ତି । ଅସହାୟ ଲୋକ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ରହିବା ପ୍ରଶାସନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ କେତେଦିନ ପରେ ଗରିବ ଡମ୍ବରଙ୍କୁ ସରକାରୀ ସହାୟତା ମିଳିବ ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ