Masthead

ଡମ୍ବରୁଙ୍କୁ ଭୁଲିଗଲା ପ୍ରଶାସନ

ଚିଲିକା (ବଡ଼ ଖବର ବ୍ୟୁରୋ): ଜୀବନର ଚତୁର୍ଥ ସୋପାନରେ ପାଦ ଥାପିଥିବା ବୃଦ୍ଧ ଦମ୍ପତ୍ତି ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ । ଏମାନଙ୍କ ଉପରେ ଲୋକ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତର ମାନସିଂହପୁରରେ ।

ମାନସିଂହପୁରର ଡମ୍ବରୁ ବେହେରାଙ୍କ ସଂସାର କହିଲେ ସ୍ତ୍ରୀ ବାଲି ବେହେରା, ୪ ଝିଅ ଏବଂ ଗୋଟିଏ ପୁଅ । ଝିଅମାନଙ୍କୁ ବିବାହ ଦେଇସାରିଛନ୍ତି ଡମ୍ବରୁ । ପରେ ପୁଅର ଅକାଳ ବିୟୋଗ ଡମ୍ବରୁ ଓ ବାଲି ସହିପାରି ନଥିଲେ । ପାଠସାଠ ପଢ଼ିନଥିବା ଏହି ବୃଦ୍ଧ ଦମ୍ପତି ଭଙ୍ଗା ମନ ନେଇ କୌଣସି ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜର ସମସ୍ୟା ଜଣାଇ ପାରୁନାହାନ୍ତି । ସରକାରୀ ବାବୁମାନେ ବିଭିନ୍ନ କାମରେ ମାନସିଂହପୁର ଆସୁଥିବା ବେଳେ ଡମ୍ବରୁ ନିଜର ଦୁଃଖ ଜଣାଉଛନ୍ତି । ଦୀର୍ଘଦିନ ହେବ ଅଭିଯୋଗ ଜଣାଉଥିଲେ ମଧ୍ୟ ଡମ୍ବରୁ ଆଜି ପର୍ଯ୍ୟନ୍ତ ସୁଫଳ ହୋଇ ନାହାନ୍ତି । ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଗୁହାରି ଜଣାଉଛନ୍ତି, କିନ୍ତୁ ଆଜିକାଲି କହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି ସରକାରୀ ବାବୁ ।

ପରିଣତ ବୟସରଙ୍କ ପହଞ୍ଚିଥିବା ଏହି ଦମ୍ପତ୍ତି ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ । ନା ଅଛି ସେମାନଙ୍କ ପାଖେ ରହିବାକୁ ଘର ନା ଖାଉଟି ସାମଗ୍ରୀ ପାଇଁ କାର୍ଡ । ଦିନେ ଖାଇଲେ ଦୁଇଓଳି ଉପବାସରେ ଏମାନେ ରହିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘଦିନ ହେବଲା ସେମାନଙ୍କ ଘର ଛପର ହୋଇନାହିଁ । ଘରେ ଦିନରେ ସୂର୍ୟ୍ୟ ଓ ରାତିରେ ଜହ୍ନ କିରଣ ପଡୁଛି । । ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ସାଧାରଣଲୋକ ନିଜର ଅଧିକାର ପାଇ ପାରୁନାହାନ୍ତି । ଅସହାୟ ଲୋକ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ରହିବା ପ୍ରଶାସନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ କେତେଦିନ ପରେ ଗରିବ ଡମ୍ବରଙ୍କୁ ସରକାରୀ ସହାୟତା ମିଳିବ ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’