Masthead

ପିଡ଼ିଏସ ଚାଉଳ ଓ ଗହମ ବିତରଣରେ ଅନିୟମିତତା

ରାସଗୋବନ୍ଦପୁର, (ବଡ଼ ଖବର ବ୍ୟୁରୋ) : ସରକାର ନାରୀସଶକ୍ତିକରଣ ପାଇଁ ବିଭିନ୍ନ ସଂସ୍ଥା ଓ ଯୋଜନା ମାନ କରିଛନ୍ତି, ସେଥିମଧ୍ୟରୁ ପି.ଡ଼ି.ଏସ. ଚାଉଳ ଓ ଗହମ ବିତରଣ ଅନ୍ୟତମ । ସରକାରଙ୍କ ଉପରୋକ୍ତ ଯୋଜନା ବଳରେ ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝ।ଟିଗଡ। ପଞ୍ଚାୟତରେ ମା କାଳୀମ।ତ। ଏସଏସଏଚଜି ସଂଘ ମାଧ୍ୟମରେ ପିଡ଼ିଏସ ଚାଉଳ ଓ ଗହମ ବିତରଣ କରୁଥିଲେ । ଗତକାଲି ପିଡ଼ିଏସ ଉପଭୋକ୍ତା ଚାଉଳ ଓ ଗହମ ବିତରଣବେଳେ ଓଜନ କମ୍ ଅଛି ବୋଲି ଅଭିଯୋଗ ଆଣିଥିଲେ ଓ ଏହା ଅନ୍ୟ ଜଣଙ୍କ ମାଧ୍ୟମରେ ବିତରଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ଅଭିଯୋଗବଳରେ ଏମଆଇ ରସଗୋବିନ୍ଦପୁର ଏହାର ତଦନ୍ତ ପାଇଁ ଆଜି ଝ।ଟିଗଡା ଯାଇଥିଲେ ଏବଂ ଉପରୋକ୍ତ ସଂସ୍ଥା ବିରୋଧରେ ହୋଇଥିବା ଅଭିଯୋଗ ଗୁଡିକ ସଠିକ ବୋଲି ମ।ନିଥିଲେ ଏବଂ ଷ୍ଟକୟାର୍ଡରେ ସଠିକ ମାତ୍ରାରେ ଚାଉଳ ଓ ଗହମ ଗଚ୍ଛିତ ନଥିଲା ବୋଲି ମଧ୍ୟ କହିଥିଲେ । ଚାଉଳ ଓ ଗହମ ଯୋଗାଣ ବେଳେ ଓଜନରେ ଠକେଇ କରୁଥିଲେ ବୋଲି ଏକ ଲିଖିତ ସ୍ୱାକ୍ଷର ଉକ୍ତ ସଂସ୍ଥାର ଅଧ୍ୟକ୍ଷ୍ୟା ଓ ଅନ୍ୟ ସଦସ୍ୟମାନେ ଦେଇଥିଲେ । ସେହିସମୟରେ ସେଠି ଉପସ୍ଥିତ ଥିବା ପିଡ଼ିଏସ ଉପଭୋକ୍ତା ଏବଂ ଏସଏସଏଚଜି ସଂଘର ସଦସ୍ୟ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ କିଛି ସମୟପାଇଁ ପାଟିତୁଣ୍ଡ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର