Masthead

ସୀମାରେ ଫେରୁଛି ଶାନ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ଦିନ ପରେ ସ୍ୱାଭାବିକ ସ୍ଥିତି । ଜମ୍ମୁର ବିଭିନ୍ନ ସ୍ଥାନରେ ଫେରୁଛି ସ୍ୱାଭାବିକତା । କାଲି ରାତିରୁ ହୋଇନି ଗୁଳିବର୍ଷା । ରଜୌରୀରେ ଆଉ କୌଣସି ଡ୍ରୋନ ଉଡ଼ୁନଥିବା ସୂଚନା । ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ୱାଭାବିକ । ପଞ୍ଜାବ ଫରୋଜପୁରରେ ବି ଉଡ଼ିନି ପାକିସ୍ତାନୀ ଡ୍ରୋନ୍ । ସୀମାରେ ଆଲର୍ଟରେ ଭାରତୀୟ ସେନା । ଗତକାଲି ଦୁଇ ଦେଶ ମଧ୍ୟରେ ଅସ୍ତ୍ର ବିରତି ନିଷ୍ପତ୍ତି ପରେ ରାତିରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ।

ପାକିସ୍ତାନ ସେନା ଘୋର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ।ଯାହାକୁ ନେଇ ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ସୂଚନା ଦେଇଥିଲେ । ସେ କହିଥିଲେ ଅସ୍ତ୍ରବିରତି ନିଷ୍ପତ୍ତିର ୩ଘଣ୍ଟା ପରେ ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁ କାଶ୍ମୀରର ଏକାଧିକ ସେକ୍ଟରରେ ଗୁଳିଗୋଳା ବର୍ଷା ହୋଇଛି । ଅଖନୁର, ରଜୌରୀରେ ଗୁଳିମାଡ଼ ହୋଇଛି । ପରେ ସେନାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଥିଲା । ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ । ପାକିସ୍ତାନ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର । ଏଭଳି ଅତିକ୍ରମଣ ରୋକିବାକୁ ପାକିସ୍ତାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ।

ଭାରତୀୟ ସେନା ସ୍ଥିତି ଉପରେ କଡ଼ା ନଜର ରଖିଛି । କଡ଼ା ପଦକ୍ଷେପ ନେବାକୁ ସେନାକୁ ନିଦେ୍ର୍ଦଶ ଦିଆଯାଇଛି । ଗତ କାଲି ପ୍ରଥମେ ଶ୍ରୀନଗର ଆକାଶରେ ହିଁ ଦେଖା ଯାଇଥିଲା ପାକିସ୍ତାନୀ ଡ୍ରୋନ୍। ଶ୍ରୀନଗରରେ ଶତାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ସେପଟେ ପାକିସ୍ତାନ ସୀମା ଆରପଟୁ ଆସୁଥିବା ମାଳ ମାଳ ଡ୍ରୋନ୍ ମାରି ଖସାଇଥିଲା ଭାରତ। ଶ୍ରୀନଗରରେ ବଡ଼ ଧରଣର ଆକ୍ରମଣ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଶ୍ରୀନଗର ଲାଲଚୌକ ଉପରେ ବି ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତିର ମାତ୍ର ୩ ଘଣ୍ଟା ମଧ୍ୟରେ ଉଲ୍ଲଙ୍ଘନର କରିଥିଲା ପାକିସ୍ତାନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି