Masthead

ପୁଣି ହୋଇପାରେ କୃଷକ ଆନ୍ଦୋଳନ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ ହେବ କୃଷକ ଆନ୍ଦୋଳନ । ମାର୍ଚ୍ଚ ୨୦ ରେ ପାର୍ଲାମେଣ୍ଟ ବାହାରେ ହେବ କୃଷକ ମହାପଞ୍ଚାୟତ । ଯାହାକୁ ନେଇ ଗୁରୁବାର କୃଷକ ସଙ୍ଗଠନ ମିଳିତ କୃଷକ ମୋର୍ଚ୍ଚାର ଏକ ବୈଠକ ହୋଇଥିଲା । ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିଲା । । ମିଳିତ କୃଷକ ମୋର୍ଚ୍ଚା କହିଛି ଯେ ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ଆଇନ ଗ୍ୟାରେଣ୍ଟି ଦାବି କରି ୨୦ ମାର୍ଚ୍ଚରେ ପାର୍ଲାମେଣ୍ଟ ବାହାରେ ‘କୃଷକ ମହାପଞ୍ଚାୟତ’ ଆୟୋଜନ କରିବ ।

କିଛି କୃଷକ ସଙ୍ଗଠନ ଯୁଦ୍ଧବୀର ସିଂହ, ରାଜା ରାମ ସିଂହ ଓ ଡା. ସୁନିଲଙ୍କ ନେତୃତ୍ୱରେ ଏକ ବୈଠକରେ ସାମିଲ ହୋଇ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲେ । କୃଷକ ଆଇନ ବିରୋଧରେ ପ୍ରଦର୍ଶନର ନେତୃତ୍ୱ କରୁଥିବା କୃଷକ ସଙ୍ଗଠନ ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ଆଇନର ଗ୍ୟାରେଣ୍ଟି ଦେବାକୁ ଦାବି କରି ଆସୁଛି । କୃଷକ ମୋର୍ଚ୍ଚାର ବୈଠକରେ ସାଧାରଣ ବଜେଟର ଆଲୋଚନା କରି ଏହାକୁ ‘କୃଷକ ବିରୋଧି’ କୁହାଯାଇଛି । ଏହାସହ ସଙ୍ଗଠନ କେନ୍ଦ୍ର ସରକାରଙ୍କ ଉପରେ ଆହୁରି କିଛି ଅଭିଯୋଗ ଆଣିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି