Masthead

ବିନା ବିରୋଧୀରେ ମୁଲତବି ପ୍ରସ୍ତାବ ଆଲୋଚନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୃହରେ ଚାଲିଥିଲା ମୁଲତବି ପ୍ରସ୍ତାବ ଆଲୋଚନା, ହେଲେ ଗୃହ ବାହାରେ ବସିଥିଲେ ମୁଖ୍ୟ ବିରୋଧୀ ଦଳ ବିଜେପି ନେତା । କଂଗ୍ରେସ ପକ୍ଷରୁ ନିଯୁକ୍ତି ଦୁର୍ନୀତି ଉପରେ ମୁଲତବି ପ୍ରସ୍ତାବ ଆଗତ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ଚାହିଁଥିଲା ବିଜେପି । କିନ୍ତୁ ଶୂନ୍ୟ କାଳରେ ବିଜେପି ସଦସ୍ୟଙ୍କୁ ଏନେଇ ସୁଯୋଗ ମିଳିନଥିବା ଅଭିଯୋଗ ହୋଇଥିଲା ।

ଯାହାକୁ ପ୍ରତିବାଦ କରି ବିଜେପିର ସଦସ୍ୟମାନେ ଗୃହ ପରିତ୍ୟାଗ କରି ଚାଲିଆସିଥିଲେ ବିଧାନସଭାର ଗାନ୍ଧିମୂର୍ତ୍ତି ସମ୍ମୁଖକୁ । ଆଉ ବାଚସ୍ପତିଙ୍କ ବିରୋଧରେ ଆଣିଥିଲେ ପକ୍ଷପାତିତାର ଅଭିଯୋଗ । ଏପଟେ ମୁଖ୍ୟ ବିରୋଧୀ ଦଳ ଗୃହ ବାହାରେ ଥିଲା, କିନ୍ତୁ ଗୃହ ଭିତରେ ଚାଲିଥିଲା ଗୃହ ମୁଲତବୀ ପ୍ରସ୍ତାବର ଆଲୋଚନା ଦିନ ଯାଇ ଅପରାହ୍ନ ହେଲା ଏମିତି ଗାନ୍ଧିମୂର୍ତ୍ତ ତଳେ ବସିଥିଲେ ବିଜେପିର ନେତା ।

ଅପରାହ୍ନରେ ପ୍ରବଳ ବର୍ଷା ସତ୍ତେ୍ୱ ବିଜେପିର ଧାରଣା ଜାରି ରହିଥିଲା । ଆଉ ଏପଟେ ଗୃହରେ ପାସ ହେଉଥିଲା ଗୋଟିଏ ପରେ ଗୋଟିଏ ବିଲ । ବାଚସ୍ପତିଙ୍କ ନିର୍ଦ୍ଦେଶରେ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଓ ମୁଖ୍ୟ ସଚେତକ ଆସି ବିଜେପି ବିଧାୟକ ମାନଙ୍କୁ ବୁଝାଇଥିଲେ । ତେବେ ସେମାନେ ଧାରଣା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଗତ ଅଧିବେଶନରେ ମଧ୍ୟ ଏମିତି ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲା ବିଜେପି । ରାତି ସାରା ବିଧାନସଭାରେ ବିରୋଧୀ ଦଳଙ୍କ ଧାରଣା ଦେଖିଥିଲେ ରାଜ୍ୟ ବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ