Masthead

ଆଜିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଏହା ପୂର୍ବରୁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ । ଏଥିରେ ସରକାରୀ ଓ ବିରୋଧୀ ଦଳର ନେତା ସାମିଲ ହୋଇଥିଲେ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ୍ ହେବା ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ସର୍ବଦଳୀ୍ୟ ବୈଠକ ଆପ ନେତା ସଞ୍ଜୟ ସିଂହ ଓ ରାଘବ ଚଢାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ବିରୋଧୀ ଦାବି କରିଛନ୍ତି ।

ଏହା ଛଡା ନିର୍ବାଚନ କମିଶନ ଚୟନ ପ୍ରକ୍ରିୟା, ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି । ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ପୁରୁଣା ପାର୍ଲାମାଣ୍ଟ ଭବନରେ ହେବ । ବାକି ୪ ଦିନ ନୂଆ ସଂସଦ ଭବନରେ ହେବ । ସରକାର ପୂର୍ବରୁ ନିଜର ଏଜେଣ୍ଟା କହି ସାରିଛନ୍ତି । ପ୍ରଥମ ଦିନରେ ପାର୍ଲାମେଣ୍ଟର ୭୫ ବର୍ଷର ଯାତ୍ରା ନେଇ ଆଲୋଚନା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ