Masthead

କାଲିଠୁ ଜଗା ଦର୍ଶନ କରିବେ ସେବାୟତଙ୍କ ପରିବାର

(ବଡ଼ ଖବର ବ୍ୟୁରୋ): କାଲିଠୁ ଆରମ୍ଭ ହେବ ଜଗା ଦର୍ଶନ । ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତଙ୍କ ପରିବାର ସଦସ୍ୟଙ୍କ ଲାଗି ଶ୍ରୀମନ୍ଦିର ଦର୍ଶନ ଲାଗି ମିଳିବ ଅନୁମତି । ସାଧାରଣ ଜନତାଙ୍କ ଲାଗି ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ତେବେ ୧୬ ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ପୌରାଞ୍ଚଳରର ଲୋକମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ। ଆସନ୍ତା ୨୩ ତାରିଖରୁ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ଲାଗି ଅନୁମତି ମିଳିବ। ଶ୍ରୀମନ୍ଦିର ଖୋଲିବା ସମୟ ସକାଳ ୭ଟାରୁ ସନ୍ଧ୍ୟା ୭ଟା ରହିବ।

ସମସ୍ତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦର ରହିବ। ଏହା ସହ କରୋନା ନିୟନ୍ତ୍ରଣ ଲାଗ ପ୍ରମୁଖ ପର୍ବପର୍ବାଣୀରେ ବି ଶ୍ରୀମନ୍ଦିର ବନ୍ଦ ରହିବା । ମନ୍ଦିର ପରିସରରେ ସମସ୍ତ ଭକ୍ତଙ୍କ ଲାଗି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ । ସେମାନେ କୌଣସି ମୂର୍ତ୍ତିକୁ ଛୁଇଁବେ ନାହିଁ । ଶ୍ରୀମନ୍ଦିର ଭିତରକୁ ଫୁଲ ଓ ଭୋଗ ନିଆଯାଇପାରିବ ନାହିଁ । ମନ୍ଦିର ଭିତରେ ଦୀପ ଜାଳିବାକୁ ବି ଅନୁମତି ମିଳିବ ନାହିଁ । ପଲିଥିନ ବ୍ୟାଗକୁ ନିଷିଦ୍ଧ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ