Masthead

ପେଟ୍ରୋଲ ୧୩୭କୁ ଡିଜେଲ ୧୩୪

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ବଢ଼ି ଚାଲିଛି ଦରଦାମ । ପେଟ୍ରୋଲ ଡିଜେଲ ଦରଦାମ ବୃଦ୍ଧିରେ ରୋକ ଲାଗୁନି । ଆଜି ଗୋଟିଏ ଦିନରେ ପାକିସ୍ତାନରେ ପେଟ୍ରୋଲ ରେଟ ୧୦ଟଙ୍କା ୪୯ ପଇସା ବଢ଼ିଛି । ସେହିପଳି ଡିଜେଲ ଦାମରେ ବି ୧୨ ଟଙ୍କା ୪୪ ପଇସା ବୃଦ୍ଧି ଘଟିଛି । ଫଳରେ ପେଟ୍ରୋଲ ଦାମ ୧୩୭ଟଙ୍କା ୭୯ପଇସା ଓ ଡିଜେଲ ଦାମ ୧୩୪ଟଙ୍କା ୪୮ ପଇସାରେ ପହଞ୍ଚିଛି । ସେହିଭଳି କିରୋସିନ ଓ ଲାଇଟ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୧୦ ଟଙ୍କା ୯୫ ପଇସା ଓ ୮ ଟଙ୍କା ୮୪ ପଇସା ମହଙ୍ଗା ହୋଇଛି ।

ପାକିସ୍ତାନରରେ ପ୍ରଥମ ଥର ପାଇଁ ଉପରୋକ୍ତ ୪ଟି ପେଟ୍ରୋଲିୟମ ଉତ୍ପାଦ ଦର ୧୦୦ ଟଙ୍କାରୁ ଅଧିକ ରହିଛି ବୋଲି କୁହାଯାଉଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିବାରୁ ସରକାର ଏହିସବୁ ଇନ୍ଧନ ମୂଲ୍ୟରେ ବୃଦ୍ଧି କରିଥିବା କୁହାଯାଉଛି ।

ଏହାସହ ଖାଇବା ତେଲ ଓ ଗହମ ଭଳି ଖାଦ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯଦି ଏହିଭଳି ପରିସ୍ଥିତି ଲାଗି ରୁହେ ତେବେ ପାକିସ୍ତାନରେ ଭୟଙ୍କର ସମସ୍ୟା ଦେଖାଦେବ ଓ ଲୋକେ ଭୋକରେ ଆଉଟୁପାଉଟୁ ହେବେ ବୋଲି ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କେବଳ ପାକିସ୍ତାନରେ ନୁହେଁ ଭାରତରେ ମଧ୍ୟ ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଅନେକ ସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ପାର କରିଥିବା ବେଳେ ଲୋକଙ୍କ ମନରେ ଅସନ୍ତୋଷ ବଢୁଛି । ତେଣୁ ଏବେ ଅଧିକାଂଶ ଲୋକ ବ୍ୟାଟେରୀ ଚାଳିତ ଗାଡିକୁ ଅଧିକ ପସନ୍ଦ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ