Masthead

ମୟୂରଭଞ୍ଜ-କେନ୍ଦୁଝରକୁ ଯୋଡ଼ିବ ରେଳ ଲାଇନ

କରଞ୍ଜିଆ(ବଡ଼ ଖବର ବ୍ୟୁରୋ)ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ମୟୂରଭଞ୍ଜର ଵାଦାମପାହାଡ ଠାରୁ କେନ୍ଦୁଝର ପର୍ଯ୍ୟନ୍ତ ରେଳପଥ ସଂଯୋଗ ପାଇଁ ସରିଛି ପ୍ରାଥମିକ ସର୍ଭେ । ୮୫ କିଲୋମିଟର ଦୂର ନୂତନ ରେଳପଥ ସଂଯୋଗୀକରଣ ସର୍ଭେ ପାଇଁ ୨ ହଜାର କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ କରାଯାଇଛି । ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଯେତିକି ଜମି ଆବଶ୍ୟକ ଚିହ୍ନଟ ହୋଇ ସାରିଛି ।

ବାଦାମପାହାଡ – କେନ୍ଦୁଝର ମଧ୍ୟରେ ୯ ଟି ବଡ ପୋଲ ଏବଂ ୬୨ ଟି କ୍ଷୁଦ୍ର ପୋଲ ନିର୍ମାଣ ହେଵ ବୋଲି ସର୍ଭେ ରିପୋର୍ଟରୁ ଜଣାଯାଇଛି ।ତେବେ ବାଦାମପାହାଡ଼ରୁ କଳସବନ୍ଧ, ଟଙ୍ଗାବିଲା, ସିଙ୍ଗଡ଼ା, ଘୋଷାଦା, ଚେମଣା,ଖିରେଇଟାଙ୍ଗିରି,କେନ୍ଦୁଝର ସମେତ ୮ଟି ଷ୍ଟେସନ ରହିବ ।

ପାଞ୍ଚପୀଢ ଉପଖଣ୍ଡର ଜନସାଧାରଣ ଦୀର୍ଘ ବର୍ଷ ରୁ ଦାବି କରି ଆସୁଥିବା ବାଦାମପାହାଡ଼-ମୟୂରଭଞ୍ଜ ରେଳ ସଂଯୋଗର କେନ୍ଦ୍ରୀୟ ସର୍ଭେ ଟିମ୍ ସରକାରଙ୍କ ନିକଟରେ ସର୍ଭେ ରିପୋର୍ଟ ଦାଖଲ କରିଵେ । କେନ୍ଦ୍ର ସରକାର ସର୍ଭେ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ବାଦାମପାହାଡ-କେନ୍ଦୁଝର ରେଳପଥ ସଂଯୋଗ ହେବ କି ନାହିଁ ଘୋଷଣା କରିବେ । ଯଦି ହେବ ସରକାର ରେଳପଥ ସଂଯୋଗୀକରଣ ପାଇଁ ପୁଣି ଅର୍ଥ ମଞ୍ଜୁର କରିବେ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ