Masthead

ମୟୂରଭଞ୍ଜ-କେନ୍ଦୁଝରକୁ ଯୋଡ଼ିବ ରେଳ ଲାଇନ

କରଞ୍ଜିଆ(ବଡ଼ ଖବର ବ୍ୟୁରୋ)ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ମୟୂରଭଞ୍ଜର ଵାଦାମପାହାଡ ଠାରୁ କେନ୍ଦୁଝର ପର୍ଯ୍ୟନ୍ତ ରେଳପଥ ସଂଯୋଗ ପାଇଁ ସରିଛି ପ୍ରାଥମିକ ସର୍ଭେ । ୮୫ କିଲୋମିଟର ଦୂର ନୂତନ ରେଳପଥ ସଂଯୋଗୀକରଣ ସର୍ଭେ ପାଇଁ ୨ ହଜାର କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ କରାଯାଇଛି । ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଯେତିକି ଜମି ଆବଶ୍ୟକ ଚିହ୍ନଟ ହୋଇ ସାରିଛି ।

ବାଦାମପାହାଡ – କେନ୍ଦୁଝର ମଧ୍ୟରେ ୯ ଟି ବଡ ପୋଲ ଏବଂ ୬୨ ଟି କ୍ଷୁଦ୍ର ପୋଲ ନିର୍ମାଣ ହେଵ ବୋଲି ସର୍ଭେ ରିପୋର୍ଟରୁ ଜଣାଯାଇଛି ।ତେବେ ବାଦାମପାହାଡ଼ରୁ କଳସବନ୍ଧ, ଟଙ୍ଗାବିଲା, ସିଙ୍ଗଡ଼ା, ଘୋଷାଦା, ଚେମଣା,ଖିରେଇଟାଙ୍ଗିରି,କେନ୍ଦୁଝର ସମେତ ୮ଟି ଷ୍ଟେସନ ରହିବ ।

ପାଞ୍ଚପୀଢ ଉପଖଣ୍ଡର ଜନସାଧାରଣ ଦୀର୍ଘ ବର୍ଷ ରୁ ଦାବି କରି ଆସୁଥିବା ବାଦାମପାହାଡ଼-ମୟୂରଭଞ୍ଜ ରେଳ ସଂଯୋଗର କେନ୍ଦ୍ରୀୟ ସର୍ଭେ ଟିମ୍ ସରକାରଙ୍କ ନିକଟରେ ସର୍ଭେ ରିପୋର୍ଟ ଦାଖଲ କରିଵେ । କେନ୍ଦ୍ର ସରକାର ସର୍ଭେ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ବାଦାମପାହାଡ-କେନ୍ଦୁଝର ରେଳପଥ ସଂଯୋଗ ହେବ କି ନାହିଁ ଘୋଷଣା କରିବେ । ଯଦି ହେବ ସରକାର ରେଳପଥ ସଂଯୋଗୀକରଣ ପାଇଁ ପୁଣି ଅର୍ଥ ମଞ୍ଜୁର କରିବେ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି