Masthead

ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଦାୟୀ ଆଇଓସିଏଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆଇଓସିଏଲ ଦାୟୀ । ଆଇଓସିଏଲର ଏଭଳି ସାଙ୍ଘାତିକ ଅବହେଳା ଯୋଗୁ ନିରୀହ ଲୋକଙ୍କ ଜୀବନ ଚାଲିଯାଇଥିଲା । ସୂଚନା ଅନୁସାରେ ଗୋଟିଏ କି ଦୁଇଟି ନୁହେଁ ବାର ବାରଟି ନିର୍ଦ୍ଦେଶବଳିର ଉଲଙ୍ଘନ କରିଛି ଆଇଓସିଏଲ । ଯାହାଦ୍ୱାରା କି ପେଟ୍ରୋଲ ପମ୍ପ ବିପଦ ଘେରରେ ରହିଥିିଲା । ପରବର୍ତ୍ତି ମୂହୁର୍ତରେ ଏହା ଦ୍ୱାର ଭୟଙ୍କର ବିସ୍ଫୋରଣର ରୂପ ନେଲା ।

ଅକ୍ଟୋବର ୭ ତାରିଖରେ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଘଟିଥିଲା ଏହି ଭୟାନକ ବିସ୍ଫୋରଣ । ଅଫିସର ଏବଂ ସୁର୍ଯ୍ୟଶକ୍ତି ଭେସେଲ୍ସ ଲିମିଟେଡ ମଧ୍ୟ ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ସ୍ପଷ୍ଠ କରାଯାଇଛି । ପୋଲିସ ପକ୍ଷରୁ କରାଯାଇଥିବା ତଦନ୍ତ କାଳରେ ସିସିଟିଭି ଫୁଟେଜ ଇଲେକଟ୍ରିକ ରେକର୍ଡ ଓ ବିଭିନ୍ନ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଥିଲା । ତଦନ୍ତରୁ ସ୍ପଷ୍ଟ ଯେ ପେଟ୍ରୋଲ ପମ୍ପ ସୁରକ୍ଷା ପାଇଁ ଥିବା ୨୦ଟି ନିର୍ଦ୍ଦେଶାବଳୀ (ଏସଓପି)ରୁ ୧୨ଟିରେ ଖିଲାପ କରାଯାଇଛି । ନିୟମ ଅନୁଯାୟୀ ୧୦ ବର୍ଷରେ ଥରେ ପ୍ରେସର ଟେଷ୍ଟି କରାଯିବା କଥା ।

ଏହି କାର୍ଯ୍ୟ କରୁଥିବା ସଂସ୍ଥାର କୌଣସି ଅଭିଜ୍ଞତା ନାହିଁ । କିଛି କାମ ସବଲେଟ କରାଯାଇଛି ଓ ସେଥିରେ ଅଣକୁଶଳୀ କର୍ମଚାରୀମାନେ କାମ କରୁଛନ୍ତି । କାମବେଳେ ଆଓସିଏଲର କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । ସେଠାରେ ଥିବା ଦୁଇଟି ସିଲିଣ୍ଡର ମଧ୍ୟରୁ ଦ୍ୱିତୀୟଟି ବିସ୍ଫୋରଣ ହୋଇଥିଲା । ଯାହାକି ଦୁଇଦିନ ପୂର୍ବରୁ ସ୍ଥାପନ କରାଯାଇଥିଲା । ଟାଙ୍କି ସଂଯୋଗ କରିବା ବେଳେ କୌଣସି ପ୍ରକାର ତେଲ ବା ଗ୍ୟାସ ବାରଣ କରାଯାଇଥିଲେ ସୁଦ୍ଧା ଉଭୟ ଚାଲିଥିଲା । ସବୁଠାରୁ ବଡ଼ କଥା ହେଲା ବିସ୍ଫୋରଣ ହୋଇଥିବା ସିଲିଣ୍ଡରଟି ଯାଞ୍ଚ ନକରାଯାଇ ବ୍ୟବହାର କରାଯାଇଥିଲା । ଯାହାଦ୍ୱାରା ଭୟଙ୍କର ବିସ୍ଫୋରଣ ହେଲା । ଯେଉଁ ବିସ୍ଫୋରଣ ସାରା ଦେଶରେ ଅନ୍ୟ କୌଣସି ହୋଇନଥିବା ନଜର ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ