Masthead

ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଦାୟୀ ଆଇଓସିଏଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆଇଓସିଏଲ ଦାୟୀ । ଆଇଓସିଏଲର ଏଭଳି ସାଙ୍ଘାତିକ ଅବହେଳା ଯୋଗୁ ନିରୀହ ଲୋକଙ୍କ ଜୀବନ ଚାଲିଯାଇଥିଲା । ସୂଚନା ଅନୁସାରେ ଗୋଟିଏ କି ଦୁଇଟି ନୁହେଁ ବାର ବାରଟି ନିର୍ଦ୍ଦେଶବଳିର ଉଲଙ୍ଘନ କରିଛି ଆଇଓସିଏଲ । ଯାହାଦ୍ୱାରା କି ପେଟ୍ରୋଲ ପମ୍ପ ବିପଦ ଘେରରେ ରହିଥିିଲା । ପରବର୍ତ୍ତି ମୂହୁର୍ତରେ ଏହା ଦ୍ୱାର ଭୟଙ୍କର ବିସ୍ଫୋରଣର ରୂପ ନେଲା ।

ଅକ୍ଟୋବର ୭ ତାରିଖରେ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଘଟିଥିଲା ଏହି ଭୟାନକ ବିସ୍ଫୋରଣ । ଅଫିସର ଏବଂ ସୁର୍ଯ୍ୟଶକ୍ତି ଭେସେଲ୍ସ ଲିମିଟେଡ ମଧ୍ୟ ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ସ୍ପଷ୍ଠ କରାଯାଇଛି । ପୋଲିସ ପକ୍ଷରୁ କରାଯାଇଥିବା ତଦନ୍ତ କାଳରେ ସିସିଟିଭି ଫୁଟେଜ ଇଲେକଟ୍ରିକ ରେକର୍ଡ ଓ ବିଭିନ୍ନ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଥିଲା । ତଦନ୍ତରୁ ସ୍ପଷ୍ଟ ଯେ ପେଟ୍ରୋଲ ପମ୍ପ ସୁରକ୍ଷା ପାଇଁ ଥିବା ୨୦ଟି ନିର୍ଦ୍ଦେଶାବଳୀ (ଏସଓପି)ରୁ ୧୨ଟିରେ ଖିଲାପ କରାଯାଇଛି । ନିୟମ ଅନୁଯାୟୀ ୧୦ ବର୍ଷରେ ଥରେ ପ୍ରେସର ଟେଷ୍ଟି କରାଯିବା କଥା ।

ଏହି କାର୍ଯ୍ୟ କରୁଥିବା ସଂସ୍ଥାର କୌଣସି ଅଭିଜ୍ଞତା ନାହିଁ । କିଛି କାମ ସବଲେଟ କରାଯାଇଛି ଓ ସେଥିରେ ଅଣକୁଶଳୀ କର୍ମଚାରୀମାନେ କାମ କରୁଛନ୍ତି । କାମବେଳେ ଆଓସିଏଲର କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । ସେଠାରେ ଥିବା ଦୁଇଟି ସିଲିଣ୍ଡର ମଧ୍ୟରୁ ଦ୍ୱିତୀୟଟି ବିସ୍ଫୋରଣ ହୋଇଥିଲା । ଯାହାକି ଦୁଇଦିନ ପୂର୍ବରୁ ସ୍ଥାପନ କରାଯାଇଥିଲା । ଟାଙ୍କି ସଂଯୋଗ କରିବା ବେଳେ କୌଣସି ପ୍ରକାର ତେଲ ବା ଗ୍ୟାସ ବାରଣ କରାଯାଇଥିଲେ ସୁଦ୍ଧା ଉଭୟ ଚାଲିଥିଲା । ସବୁଠାରୁ ବଡ଼ କଥା ହେଲା ବିସ୍ଫୋରଣ ହୋଇଥିବା ସିଲିଣ୍ଡରଟି ଯାଞ୍ଚ ନକରାଯାଇ ବ୍ୟବହାର କରାଯାଇଥିଲା । ଯାହାଦ୍ୱାରା ଭୟଙ୍କର ବିସ୍ଫୋରଣ ହେଲା । ଯେଉଁ ବିସ୍ଫୋରଣ ସାରା ଦେଶରେ ଅନ୍ୟ କୌଣସି ହୋଇନଥିବା ନଜର ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ