Masthead

ଦନ୍ତା ନେଲା ୨ଜୀବନ

ଲାଠିକଟା (ବଡ଼ ଖବର ବ୍ୟୁରୋ): ଲାଠିକଟା ବ୍ଲକ ପାନପୋଷ ଫରେଷ୍ଟ ରେଞ୍ଜରେ ଆଜି ସକାଳୁ ଦନ୍ତା ନେଇଛି ଦୁଇଜଣଙ୍କ ଜୀବନ । କନରସୁଆଁ ଟୁଙ୍ଗିରିଟୋଲୀ ଗ୍ରାମର କାର୍ତ୍ତିକ କ ଭୂମିଜ (୮୦) ଭୋରରୁ ଶୌଚ ହୋଇ ଫେରୁଥିବା ବେଳେ ଦନ୍ତାହାତୀ ସହିତ ମୁଁହାମୁଁହି ହୋଇଥିଲେ । ସେହି ସମୟରେ ଦନ୍ତାଟି କାର୍ତ୍ତିକଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । କାର୍ତ୍ତିକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦନ୍ତା ଦଳି ଦେଇଥିଲା । ଘଟଣାସ୍ଥଳରେ କାର୍ତ୍ତିକଙ୍କ ଜୀବନ ଚାଲିଯାଇଥିଲା ।

ସେହିପରି କନରସୁଆଁ ଟୁଙ୍ଗିରିଟୋଲୀ ଗ୍ରାମର କିଛି ଦୂରରେ ଥିବା ଡେଲାକୁଦର ଠେପାଟୋଲୀ ଗ୍ରାମର ଗାନ୍ଦରୁ ତିର୍କୀ (୮୫) ସକାଳେ ନିଜ ବାଡ଼ିରେ କାମ କରୁଥିଲେ । ଏହି ସମୟରେ ୫ ଫୁଟର ପାଚେରୀ ଭାଙ୍ଗି ଦନ୍ତାହାତୀଟି ତାଙ୍କୁ ଘୋଜରେ ଦଳି ଦେଇଛି । ଲାଠିକଟା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି