Masthead

ଦନ୍ତା ନେଲା ୨ଜୀବନ

ଲାଠିକଟା (ବଡ଼ ଖବର ବ୍ୟୁରୋ): ଲାଠିକଟା ବ୍ଲକ ପାନପୋଷ ଫରେଷ୍ଟ ରେଞ୍ଜରେ ଆଜି ସକାଳୁ ଦନ୍ତା ନେଇଛି ଦୁଇଜଣଙ୍କ ଜୀବନ । କନରସୁଆଁ ଟୁଙ୍ଗିରିଟୋଲୀ ଗ୍ରାମର କାର୍ତ୍ତିକ କ ଭୂମିଜ (୮୦) ଭୋରରୁ ଶୌଚ ହୋଇ ଫେରୁଥିବା ବେଳେ ଦନ୍ତାହାତୀ ସହିତ ମୁଁହାମୁଁହି ହୋଇଥିଲେ । ସେହି ସମୟରେ ଦନ୍ତାଟି କାର୍ତ୍ତିକଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । କାର୍ତ୍ତିକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦନ୍ତା ଦଳି ଦେଇଥିଲା । ଘଟଣାସ୍ଥଳରେ କାର୍ତ୍ତିକଙ୍କ ଜୀବନ ଚାଲିଯାଇଥିଲା ।

ସେହିପରି କନରସୁଆଁ ଟୁଙ୍ଗିରିଟୋଲୀ ଗ୍ରାମର କିଛି ଦୂରରେ ଥିବା ଡେଲାକୁଦର ଠେପାଟୋଲୀ ଗ୍ରାମର ଗାନ୍ଦରୁ ତିର୍କୀ (୮୫) ସକାଳେ ନିଜ ବାଡ଼ିରେ କାମ କରୁଥିଲେ । ଏହି ସମୟରେ ୫ ଫୁଟର ପାଚେରୀ ଭାଙ୍ଗି ଦନ୍ତାହାତୀଟି ତାଙ୍କୁ ଘୋଜରେ ଦଳି ଦେଇଛି । ଲାଠିକଟା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ