Masthead

ପିଲାଙ୍କ ଉପରେ କାମ ଦେଉଛି ଫାଇଜର ଟିକା

(ବଡ଼ ଖବର ବ୍ୟୁରୋ): ପିଲାଙ୍କ ଉପରେ କାମ ଦେଉଛି ଫାଇଜର ଟିକା । ଖୁବଶୀଘ୍ର ମିଳିପାରେ ଆମେରିକାର ଅନୁମତି । ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଏହି ଟିକା ଭଲ କାମ ଦେଉଥିବା ଦାବି କରାଯାଇଛି । ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ଟ୍ରାଏଲରୁ ଭଲ ସୁଫଳ ମିଳିଥିବା ଜଣାପଡ଼ିଛି । ବିଶେଷ କରି ଏହା କୁନି ପିଲାଙ୍କ ଭିତରେ ପ୍ରଚୁର ମାତ୍ରାରେ ଆଣ୍ଟିବଡି ବା କରୋନା ବିରୋଧୀ ପ୍ରତିରୋଧ ଶକ୍ତି ତିଆରି କରିପାରୁଛି । ୧୬-୨୫ ବର୍ଷ ପିଲାଙ୍କ କ୍ଷେତ୍ରରେ ଟିକା ଯେଭଳି କାମ ଦେଉଥିଲା, ସାନ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ବେଳେ ସମାନ ପରିଣାମ ଦେଇଥିବା ଦାବି କରିଛନ୍ତି ଫାଇଜର ଓ ବାୟୋନଟେକ୍ କମ୍ପାନୀ ।

ଏ ସଂପର୍କରେ ଫାଇଜରର ସିଇଓ ଅଲବର୍ଟ ବୋର୍ଲା ଏକ ବିସ୍ତୃତ ବିବୃତି ଜାରି କରିଛନ୍ତି । ତେଣୁ ଆମେରିକାରେ ୫-୧୧ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଖୁବ୍ ଶୀଘ୍ର ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଛି କମ୍ପାନୀ । ଜୁଲାଇ ପରଠାରୁ ଆମେରିକାରେ ଛୋଟ ପିଲାଙ୍କୁ କରୋନା ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ପ୍ରାୟ ୨୪୦ ପ୍ରତିଶତ ପିଲା କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ଫାଇଜର ଟିକାର ପରିଣାମକୁ ଦେଖି ଏଫ୍ଡିଏ ଏହାକୁ ତୁରନ୍ତ ଅନୁମତି ଦେଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଆମେରିକାରେ ବୟସ୍କଙ୍କୁ ଆଗାମୀ ସପ୍ତାହେ ଭିତରେ ବୁଷ୍ଟର ଡୋଜ୍ ଦିଆଯିବା ନେଇ ବିଚାର ବିମର୍ଷ ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ