Before Header

ଅଗଷ୍ଟ ୨୩ରୁ ପିଜି ଏଣ୍ଟ୍ରାନ୍ସ

0 26

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଗଷ୍ଟ ୨୩ରୁ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ । ଚଳିତବର୍ଷ ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୧୯ସୁଦ୍ଧା ଆରମ୍ଭ ହେବ ।

ଯାହାର ଫଳାଫଳ ସେପ୍ଟେମ୍ବର ୨୭ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ । ଅକ୍ଟୋବର ୧୫ ସୁଦ୍ଧା ପିଜି ନାମଲେଖା ଆରମ୍ଭ ହେବ । ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

 

Leave A Reply

Your email address will not be published.