Masthead

ଦିଲ୍ଲୀପ-ମଙ୍ଗଳାଙ୍କ ସାକ୍ଷାତ, ସରଗରମ ସୁନ୍ଦରଗଡ ରାଜନୀତି

ସୁନ୍ଦରଗଡ(ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲାର ପୁରୁଖା ଆଦିବାସୀ ନେତା ତଥା ବିଜେଡି ଉପସଭାପତି ମଙ୍ଗଳା କିଷାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଭେଟିଛନ୍ତି । ଉଭୟ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ । ସୁନ୍ଦରଗଡ ଜିଲ୍ଳାରେ ବିଜେଡିରେ କନ୍ଦଳ ଏବଂ ମନ୍ତ୍ରୀ ସାରଦା ନାୟକଙ୍କ ବିରୋଧରେ ଶ୍ରୀ କିଷାନଙ୍କ ଗୁରୁତର ଅଭିଯୋଗ ପରିପ୍ରେକ୍ଷୀରେ ଏହି ସାକ୍ଷାତକାର ଯଥେଷ୍ଟ ଗୁରୁତ୍ୱ ରଖୁଛି ।

ଗତ ଗୁରୁବାର ଶ୍ରୀ କିଷାନ ଗଣମାଧ୍ୟମ ଆଗରେ ରାଉଲକେଲା ବିଧାୟକ ସାରଦା ନାୟକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ ଆଣିଥିଲେ । ଏମିତିକି ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ଜିଲ୍ଳାରେ ଦଳୀୟ ସଂଗଠନ ଧ୍ୱଂସ ହେବ ବୋଲି କହିଥିଲେ । ଏହାପରେ ଦିଲ୍ଲୀପ ରାୟଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଗତ ୨୫ତାରିଖରେ ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାେବେଳ ଅନ୍ୟଜଣଙ୍କୁ ପଦଚ୍ୟୁତ କରାଯାଇଥିଲା । ନିଲମ୍ବିତ ଯୁବ ନେତା ଶ୍ରୀନାୟକ ଓ ଶ୍ରୀ ଘଡେଇଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ ।

ଏସବୁ ଅଭିଯୋଗକୁ ସମର୍ଥନ ଜଣାଇ କାର୍ଯ୍ୟାନୁଷ୍ଠାନ ଭୁଲ ବୋଲି ଦର୍ଶାଇଥିଲେ ଶ୍ରୀ କିଷାନ । ଏହାଦ୍ୱାରା ଜିଲ୍ଲା ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା । ଏହାରିମଧ୍ୟରେ ମଙ୍ଗଳା କିଷାନ ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଭେଟ ପରେ କ’ଣ ଆଲୋଚନା ହୋଇଥିଲା ତାହା ସ୍ପଷ୍‌ଯ ହୋଇନାହିଁ । କିନ୍ତୁ ଆଗାମୀ ଦିନରେ ଏହା ଜିଳ୍ଲା ରାଜନୀତିକୁ ପ୍ରଭାବିତ କରିବ । ସୁନ୍ଦରଗଡ ରାଜନୀତିରେ ଦିଲ୍ଲୀପରାୟଙ୍କ ଦବଦବା ରହିଛି । ୨୦୧୯ ନିର୍ବାଚନରେ ସାରଦା ନାୟକଙ୍କୁ ଜିତାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ