Masthead

‘ଅତିକର ଶେଷ ଅତି ନିର୍ମମ ଭାବେ ହେବ, ଛଟପଟ ହୋଇ ତାର ଜୀବନ ଯିବ’’

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉମେଶ ପାଲ ହତ୍ୟାକାଣ୍ଡରେ ପୋଲିସ କଷ୍ଟଡି ରିମାଣ୍ଡରେ ଥିବା ମାଫିଆ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ କୋଲଓ୍ବିନ ହସ୍ପିଟାଲ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ସାରା ଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ରାଜନୀତି ବି ହୋଇଛି ସରଗରମ। କିନ୍ତୁ ସାମ୍ନାକୁ ଆସିିଛି ଆଉ ଏକ ଖବର ।

 ଅତିକ ପରିବାର ଏଭଳି ଛାରଖାର ହେବା ପଛରେ ଜଣେ ମହିଳାଙ୍କ ଲୁହ ପଡ଼ିଥିବା କୁହାଯାଉଛି। ଏହି ମହିଳା ଆଉ କେହି ନୁହନ୍ତି , ବହୁଜନ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ରାଜୁ ପାଲଙ୍କ ସ୍ତ୍ରୀ ପୂଜା ପାଲ। ରାଜୁ ପାଲଙ୍କୁ ୨୦୦୫ ମସିହା‌ରେ ଗୁଳି ମାରି ହତ୍ୟା କରାଯାଇଥିଲା।  ରାଜୁ ପାଲଙ୍କ ହତ୍ୟା ଘଟଣାରେ ଆତିକ୍ ବିରୁଦ୍ଧରେ ସାକ୍ଷ୍ୟ ଦେଇଥିଲେ ଉମେଶ ପାଲ । ଆତିକ୍ ଓ ତା’ ସହଯୋଗୀମାନେ ଉମେଶ ପାଲଙ୍କୁ ଅପହରଣ କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ପୂଜା ପାଲ ୯ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଯେଉଁଥିରେ ଅତିକ ଅହମଦ ଓ ତାର ଭାଇ ଅସରଫ ଅହମଦର ନାମ ସାମିଲ ଥିଲା।

ବିବାହର ମାତ୍ର ୯ଦିନ ପରେ ସ୍ବାମୀକୁ ହରାଇ ପୂଜା ପାଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ସେ ଅତିକ ସମେତ ତାର ପରିବାରଲୋକଙ୍କୁ ଅଭିଶାପ ଦେଇଥିଲେ । କାନ୍ଦିକାନ୍ଦି କହିଥିଲେ,‘ ଅତିକ ଓ ତାର ଗୁଣ୍ଡାମାନେ ମୋର ସ୍ବାମୀଙ୍କ ଯେଉଁଭଳି ଅବସ୍ଥା କରିଛନ୍ତି ଭଗବାନ ଗୋଟିଏ ଦିନ ତାଙ୍କର ବି ସେମିତି ଅବସ୍ଥା କରିବେ। ଅତିକର ଶେଷ ଅତି ନିର୍ମମ ଭାବେ ହେବ। ଛଟପଟ ହୋଇ ତାର ଜୀବନ ଯିବ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ