Masthead

ଭିନ୍ନକ୍ଷମଙ୍କୁ ସହାୟତା ସାତସପନ

ଆଳି, (ବଡ଼ ଖବର ବ୍ୟୁରୋ): ବାଟ ହୁଡ଼ୁଛି ସରକାରୀ ଯୋଜନା। ଗରିବଙ୍କ ପାଇଁ କରାଯାଇଛି ମାଳ ମାଳ ଯୋଜନା। ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ୟ୍ୟନ୍ତ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ହେଲେ ଯୋଜନାର ଫାଇଦା ଉଠାଇ ପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ। କିଛି ଦାୟିତ୍ୱହୀନ ଅଧିକାରୀଙ୍କ ପାଇଁ ଭିନ୍ନକ୍ଷମମାନେ ଆଜି ବି ସରକାରୀ ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଡିମିରିପାଳ ଗ୍ରାମରେ।
ଡିମିରିପାଳ ଗ୍ରାମର ଗୁରୁଚରଣ ମଲ୍ଲିକଙ୍କ ପୁଅ ବୀରେନ୍ଦ୍ର ମଲ୍ଲିକ (୧୮)। ସେ ଜନ୍ମରୁ ଭିନ୍ନକ୍ଷମ। ୨୦୦୩ରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ସୁଦ୍ଧା ଏଯାବତ ସରକାରୀ ସହାୟତା ପାଇପାରୁନାହାନ୍ତି। ଘରେ ଚଳିବା ପାଇଁ କୌଣସି ଆୟର ପନ୍ଥା ନ ଥିବାରୁ ବାପା ଗୁରୁଚରଣ ମୂଲ ଲାଗି ଯାହା ପାଆନ୍ତି ସେଇଥିରେ ପରିବାର ଚଳାନ୍ତି। ପୁଅକୁ ଭିନ୍ନକ୍ଷମ ଭତ୍ତା ଖଣ୍ଡିଏ କରାଇ ଦେବାପାଇଁ ସେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ପାଖରେ ଗୁହାରି କରିଛନ୍ତି। କିନ୍ତୁ ଆଜିପର୍ୟ୍ୟନ୍ତ ଭତ୍ତା ଖଣ୍ଡିଏ ପାଇନାହାନ୍ତି ବୀରେନ୍ଦ୍ର। ଫଳରେ ବାଧ୍ୟହୋଇ ଗୁରୁଚରଣ ପଡ଼ୋଶୀଙ୍କ ସହାୟତାରେ ପେଟ ପୋଷୁଛନ୍ତି। ଏ ସମ୍ପର୍କରେ ଡିମିରିପାଳ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ଆମ ପ୍ରତିନିଧି। ବୀରେନ୍ଦ୍ରଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ କହିଛନ୍ତି। ବିଡିଓ ଏଥିପ୍ରତି ଦୃଷ୍ଟି ଦେଇ ବୀରେନ୍ଦ୍ରଙ୍କୁ ଭତ୍ତା ଯୋଗାଇଦେବା ପାଇଁ ଦାବି ହେଉଛି। ତେବେ ପ୍ରଶାସନ ଏହି ଭିନ୍ନକ୍ଷମଙ୍କୁ କେବେ ସରକାର ସହାୟତା ଯୋଗାଇ ଦେଉଛି ତାହା ଦେଖିବାର ବିଷୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ