Before Header

ଆଜି ଆକାଶରେ ସୁପର ବ୍ଲୁ ମୁନ, ଖାଲି ଆଖିରେ ଦେଖି ହେବ ମହାଜାଗତିକ ଦୃଶ୍ୟ

0 29

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଆକାଶରେ ବ୍ଲୁ ମୁନ । ୩୦ ଅଗଷ୍ଟରେ ଆକାଶରେ ଦେଖାଯିବ ବ୍ଲୁ ମୁନ । ଯାହାକୁ ସୁପର ବ୍ଲୁ ମୁନ ବୋଲି ମଧ୍ୟ କୁହାଯାଏ । ଅନ୍ୟ ଦିନମାନଙ୍କ ତୁଳନାରେ ଚନ୍ଦ୍ର ଅଧିକ ଉଜ୍ୱଳ ଓ ରଙ୍ଗରେ ନୀଳ ଦେଖାଯାଏ । ଭାରତରେ କିଛି କିଛି ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ରାତି ୮.୩୭ରେ ଦେଖାଯିବ । ସେହିପରି ଆଉ କିଛି ସ୍ଥାନରେ ରାତି ୯.୩୬ ମିନିଟରେ ଦେଖାଯିବ । ଏହି ବିରଳ ଦୃଶ୍ୟ ପ୍ରତି ୧୦ ବର୍ଷରେ ଥରେ ଆକାଶରେ ଦୃଶ୍ୟମାନ ହୋଇଥାଏ । ତେବେ ଏହି ମହାଜାଗତିକ ଦୃଶ୍ୟ ୨୦୩୭ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ ନାହିଁ । ରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ ଦେଖାଯିବ । ଯାହା ଏକ ସ୍ୱତନ୍ତ୍ର ଦିନ । ତେବେ ଏହି ଦୃଶ୍ୟକୁ ଲୋକେ ଖାଲି ଆଖିରେ ଦେଖିପାରିବେ ।

 

Leave A Reply

Your email address will not be published.