Masthead

କରୋନା ବଦଳାଇ ଦେଲା ପାଠପଢାର ଚିତ୍ର

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ଯୋଗୁଁ ସାରା ବିଶ୍ଵ ଏବେ ଚିନ୍ତିତ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ପାଠପଢାର ଚିତ୍ର ମଧ୍ୟ ବଦଳି ଯାଇଛି। କେଉଁଠି ବିଦ୍ୟାଳୟ ବାହାରେ ତ କେଉଁଠି ରାସ୍ତା ଉପରେ, ତ ଆଉ କେଉଁଠି ଗଛମୂଳରେ ଛାତ୍ରଛାତ୍ରୀମାନେ ଏବେ ପାଠ ପଢୁଛନ୍ତି । ଏପରି ଅଭାବନୀୟ ଚିତ୍ର ସମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକର ବିଭିନ୍ନ ଗ୍ରାମରୁ ।

ମହାମାରୀ କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି । ସରକାର ଅନଲାଇନ ପାଠପଢାକୁ ଗୁରୁତ୍ଵ ଦେଉଛନ୍ତି । ସବୁ ପିଲାଙ୍କ ପାଖରେ ସ୍ମାର୍ଟଫୋନ ନ ଥିବାବେଳେ ସବୁ ଗ୍ରାମରେ ମୋବାଇଲ ନେଟୱାର୍କ ମଧ୍ୟ ନାହିଁ । ସରକାରଙ୍କ ଅନଲାଇନ ପାଠପଢା ଫେଲ ମାରିଛି । ଅନ୍ୟ ପକ୍ଷରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାମାନଙ୍କୁ ଅନଲାଇନ ଏବଂ ଟେଲି କାଉନସେଲିଂରେ ପାଠପଢାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନାକଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ କିନ୍ତୁ ବ୍ଲକର ସମସ୍ତ ଶିକ୍ଷକ ସ୍କୁଲ ବାହାରେ ବିଭିନ୍ନ ଗ୍ରାମର ପଡାରେ ଥିବା କ୍ଲବଘର, ଭାଗବତ ଟୁଙ୍ଗି କିମ୍ବା କମ୍ୟୁନିଟି ସେଣ୍ଟରରେ କୋଭିଡ ଗାଇଡଲାଇନ ଅନୁସରଣ କରି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠ ପଢାଇବାକୁ ଗତ ୫ ତାରିଖରେ ଚିଠି ନଂ୧୨୯୯ରେ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ଏହି ନିର୍ଦ୍ଦେଶ ମାନି ବ୍ଲକର ସମସ୍ତ ଶିକ୍ଷକ ନିଜ ସ୍କୁଲର ବିଭିନ୍ନ ଗ୍ରାମକୁ ଯାଇ ପାଠ ପଢାଉଛନ୍ତି । ତେବେ ବ୍ଲକର ବିଭିନ୍ନ ଗ୍ରାମରେ ଛାତ୍ରଛାତ୍ରୀମାନେ ଖୋଲା ଆକାଶ ତଳେ, ରାସ୍ତା ଉପରେ ତ କେଉଁଠି ଆମ୍ବତୋଟାରେ ଗଛମୂଳେ ପାଠ ପଢୁଛନ୍ତି । ଏ ସଂପର୍କରେ ବ୍ଲକ ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁଙ୍କୁ ପଚରାଯିବାରୁ ଅନଲାଇନରେ ପାଠପଢା ଯେହେତୁ ସଫଳ ହୋଇପାରୁ ନାହିଁ, ତେଣୁ ପିଲାମାନଙ୍କୁ ପାଠରେ ଟଚ୍ ରଖିବା ଉଦ୍ଦେଶ୍ୟ ନେଇ ସ୍କୁଲ ବାହାରେ ଭାଗବତଟୁଙ୍ଗି, କମ୍ୟୁନିଟି ସେଣ୍ଟର କିମ୍ବା କ୍ଲବଘରେ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସରଣ କରି ପାଠପଢାଇବାକୁ ନିର୍ଦେଶ ଦିଆଯାଇଛି । କିନ୍ତୁ ଗଛମୂଳରେ ପାଠପଢାଇବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ବିଇଓ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ