Masthead

ମର୍ମନ୍ତୁଦ ଦୁର୍ଘଟଣା, ୪ ମୃତ

ଅନୁଗୋଳ (ବଡ଼ ଖବର ବ୍ୟୁରୋ): ଗ୍ୟାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ କଟକ ଯାଉଥିଲା। ସକାଳ ପ୍ରାୟ ୬ଟା ବେଳେ ଅନୁଗୋଳର ଜରପଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଆମ୍ବୁଲାନ୍ସଟିର ଧକ୍କା ହୋଇଥିଲା। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ଖବରପାଇ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ମୃତ ଦେହକୁ ଉଧାର କରିବା ସହ ଗୁରୁତରମାନଙ୍କୁ ଡାକ୍ତରଖାନା ପଠାଇ ଥିଲେ।

ତେବେ ଆମ୍ବୁଲାନ୍ସ ଚାଳକ ଗାଡି ଭିତରେ ଚାପି ହୋଇ ରହିଯାଇଥିବାରୁ ଦମକଳ ବାହିନୀ ଆସି ମୃତ ଦେହକୁ ବାହାର କରିଥିଲେ। ପୋଲସ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ତେବେ ତଦନ୍ତ ଜାରି ରହିଛି । ମୃତକ ଓ ଗୁରୁତରମାନଙ୍କ ଘର ବଲାଙ୍ଗୀର ଜିଲ୍ଲା ଆଗଲପୁର ଗାଁର ବୋଲି ଜଣା ପଡ଼ିଛି । ମୃତକମାନଙ୍କ ମଧ୍ୟରେ ଆମ୍ବୁଲାନ୍ସ ଚାଳକ ବାବୁଲାଲ ସୋନା ଓ ବବୁଲୁ ମେହେର । ଅନ୍ୟ ଦୁଇ ଜଣଙ୍କ ନାଁ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଗୁରୁତର ୩ଜଣ ହେଲେ ରବି ମେହେର, ଲିଙ୍ଗରାଜ ମେହେର ଓ କୁଲୁ ପଟେଲ। କୌଣସି କାରଣରୁ ବବୁଲୁ ମେହେର ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବୁର୍ଲା ହସ୍ପିଟାକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଆଣୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି