Masthead

ଲୋକସଭାରୁ ଆଉ ୪୧ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ବି ସଂସଦରେ ହଙ୍ଗମା । ଆଜି ଲୋକସଭାରୁ ୪୧ ସାଂସଦ ସସ୍‌ପେଣ୍ଡ । ଆଜିର ୪୧ ଜଣଙ୍କୁ ମିଶାଇ ଲୋକସଭାରୁ ୮୭ ସାଂସଦ ହେଲେ ସସ୍‌ପେଣ୍ଡ । ଉଭୟ ସଦନରୁ ସସ୍‌ପେଣ୍ଡ ହେଲେଣି ମୋଟ ୧୩୩ ସାଂସଦ । କାଲି ଗୋଟିଏ ଦିନରେ ୭୮ ସାଂସଦ ହୋଇଥିଲେ ସସପେଣ୍ଡ । ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ ହଟ୍ଟଗୋଳ, ହଙ୍ଗାମା ପାଇଁ ସେମାନଙ୍କ ବିରୋଧରେ ଏହି କଡ଼ା ପଦକ୍ଷେପ ନିଆଯାଇଛି ।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ବହୁ ବରିଷ୍ଠ ସଦସ୍ୟ । ଲୋକସଭାର ୩୦ ସାଂସଦଙ୍କୁ ପୁରା ଚଳିତ ଅଧିବେଶନରୁ ସସପେଣ୍ଡ କରାଯାଇଛି। ୩ଜଣଙ୍କ ରିପୋର୍ଟ ପ୍ରିଭିଲେଜ୍ କମିଟିକୁ ପଠାଯାଇଛି। ରାଜ୍ୟସଭାର ୩୪ ଜଣଙ୍କୁ ଏହି ଅଧିବେଶନରୁ ସସପେଣ୍ଡ କରାଯାଇଥିବା ବେଳେ ୧୧ ଜଣଙ୍କୁ ପ୍ରିଭିଲେଜ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି। ଗତ ସପ୍ତାହରେ ୧୪ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ