Before Header

ଲୋକସଭାରୁ ଆଉ ୪୧ ସାଂସଦ ସସ୍‌ପେଣ୍ଡ

0 774

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ବି ସଂସଦରେ ହଙ୍ଗମା । ଆଜି ଲୋକସଭାରୁ ୪୧ ସାଂସଦ ସସ୍‌ପେଣ୍ଡ । ଆଜିର ୪୧ ଜଣଙ୍କୁ ମିଶାଇ ଲୋକସଭାରୁ ୮୭ ସାଂସଦ ହେଲେ ସସ୍‌ପେଣ୍ଡ । ଉଭୟ ସଦନରୁ ସସ୍‌ପେଣ୍ଡ ହେଲେଣି ମୋଟ ୧୩୩ ସାଂସଦ । କାଲି ଗୋଟିଏ ଦିନରେ ୭୮ ସାଂସଦ ହୋଇଥିଲେ ସସପେଣ୍ଡ । ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ ହଟ୍ଟଗୋଳ, ହଙ୍ଗାମା ପାଇଁ ସେମାନଙ୍କ ବିରୋଧରେ ଏହି କଡ଼ା ପଦକ୍ଷେପ ନିଆଯାଇଛି ।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ବହୁ ବରିଷ୍ଠ ସଦସ୍ୟ । ଲୋକସଭାର ୩୦ ସାଂସଦଙ୍କୁ ପୁରା ଚଳିତ ଅଧିବେଶନରୁ ସସପେଣ୍ଡ କରାଯାଇଛି। ୩ଜଣଙ୍କ ରିପୋର୍ଟ ପ୍ରିଭିଲେଜ୍ କମିଟିକୁ ପଠାଯାଇଛି। ରାଜ୍ୟସଭାର ୩୪ ଜଣଙ୍କୁ ଏହି ଅଧିବେଶନରୁ ସସପେଣ୍ଡ କରାଯାଇଥିବା ବେଳେ ୧୧ ଜଣଙ୍କୁ ପ୍ରିଭିଲେଜ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି। ଗତ ସପ୍ତାହରେ ୧୪ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା।

Leave A Reply

Your email address will not be published.