Masthead

ଜମିବାଡିକୁ ନେଇ ସଂଘର୍ଷ

ଡେଲାଙ୍ଗ(ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମରେ ସଂଘର୍ଷ । ଜମିବାଡି ଓ ପୂର୍ବ ଶତ୍ରୁତାକୁ ନେଇ ହରିରାଜପୁର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଘଟିଛି ସଂଘର୍ଷ । ଗ୍ରାମର କବିତା ପ୍ରଧାନ, ତାଙ୍କ ସ୍ୱାମୀ କାଳନ୍ଦି ପ୍ରଧାନ ଓ ପୁଅ, ଝିଅଙ୍କ ଉପରେ ହୋଇଛି ଆକ୍ରମଣ । ଆଜି ସକାଳେ ତାଙ୍କ ପଡୋଶୀମାନେ କବିତାଙ୍କ ଘରର ପାଚୋରି ଡେଇଁଥିଲେ । କିଛି ବୁଝିବା ଆଗରୁ ଲୁହାଛଡ, ପାଣିପାଇପ, ସାବଳ ଓ କଟୁରୀରେ କବିତା ଓ ତାଙ୍କ ପରିବାରଙ୍କୁ ଆକ୍ରମଣ କରିଥିଲେ । କବିତାଙ୍କୁ ମାଡ ମାରୁଥିବା ବେଳେ ତାଙ୍କ ଝିଅ ଭିଡିଓ ରେକଡିଂ କରୁଥିଲେ । ଆକ୍ରମଣକାରୀମାନେ ଝିଅକୁ ମାଡ ମାରିବା ସହିତ ମୋବାଇଲ ମଧ୍ୟ ଛଡାଇ ନେଇଛନ୍ତି । ଆକ୍ରମଣରେ କବିତାଙ୍କ ଗୋଡ ଭାଙ୍ଗିଯାଇଛି । ରତିକାନ୍ତ ପାତ୍ର, ପ୍ରସାନ୍ତ ପାତ୍ର, ସୁଶାନ୍ତ ପାତ୍ର, ମାନସୀ ପାତ୍ର ପ୍ରମୁଖଙ୍କ ନାମରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଡେଲାଙ୍ଗ ଥାନା ପକ୍ଷରୁ କୌଣସି କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହିଳା ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଅଭିଯୋଗ ହୋଇଛି, ତଦନ୍ତ ପରେ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେଲାଙ୍ଗ ଥାନା ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ