Masthead

ଭୋଟ ପାଇଁ ନେତାଙ୍କ ନୂଆ ଫର୍ମୂଲା

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ) ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ଭୋଟ ଆପଣେଇବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏଭଳି ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ଚର୍ଚ୍ଚିତ ଦୁଇଟି ନିର୍ବାଚନମଣ୍ଡଳିରେ। ତିର୍ତ୍ତୋଲ ଏବଂ ପାରାଦ୍ୱୀପର ବିଜୁ ଜନତା ଦଳର ପ୍ରାର୍ଥୀ ସହ ଜିଲ୍ଲାର ସାଂସଦ ପ୍ରାର୍ଥୀ ଜନସାଧାରଣଙ୍କୁ ଆକୃଷ୍ଟ କରିବା ସହ ଭୋଟ ବାକ୍ସ ଭରିବା ପାଇଁ ଚାଲିଛି ବିଭିନ୍ନ ପ୍ରୟାସ। କିଛିଦିନ ପୂର୍ବେ ଭୁତମୁଣ୍ଡାଇ ଜଗତିରେ ହେଉଥିବା ଲଉଡ଼ି ପ୍ରତିଯୋଗିତାରେ ଅତିଥିଭାବେ ଯୋଗଦେଇଥିଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ। ସେଠି ପହଞ୍ଚିବା ପରେ ବିଧାୟକ ଏବଂ ବିଧାୟିକା ପ୍ରାର୍ଥିନୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହାତରେ କାଠି ଧରି କାଠି ନଉଡ଼ି ଖେଳିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ସେହିପରି ତିର୍ତ୍ତୋଲରେ ମଧ୍ୟ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଭ୍ରିସିଂରେ ହେଉଥିବା ଏକ ଆଧ୍ୟାତ୍ମିକ କର୍ଯ୍ୟକ୍ରମରେ ଯୋଗଦେଇଥିଲେ ସାଂସଦ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ଏବଂ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ। ଡା ରାଜଶ୍ରୀ ମଲ୍ଲିକ ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରିବା ପାଇଁ ହାତରେ ଝାଞ୍ଜ ଧରି ସଂକୀର୍ତନ କରିବା, ମହିଳାମାନଙ୍କୁ କୋଳରେ ବସେଇବା ସହ ସମସ୍ତଙ୍କୁ ନତମସ୍ତକ ହୋଇ ପ୍ରଣାମ କରିବା ଭଳିଦୃଶ୍ୟ ଦେଖିବାକୁ ମିଳିଥିଲା। ସେଭଳି ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ରଘୁନାଥପୁର ରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜଶ୍ରୀ ମଲ୍ଲିକ ଏବଂ ରମାକାନ୍ତ ଭୋଇ ଯୋଗଦେଇଥିଲେ। ସେଠି ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଞ୍ଚ ଉପରେ ଆଣ୍ଠେଇ ଭୋଟ ଭିକ୍ଷା କରିଥିଲେ ଯାହାର ଏକ ଫୋଟୋ ଭାଇରାଲ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ