Masthead

ଆସନ୍ତାକାଲିଠୁ କମ୍ପିବ ପିପିଲି ମୈଦାନ

ପିପିଲି(ବଡ଼ ଖବର ବ୍ୟୁରୋ): କାଲିଠୁ କମ୍ପିବ ପିପିଲି ମୈଦାନ । ପ୍ରଚାର ପାଇଁ ଓହ୍ଲାଇବେ ହେଭିୱେଟ ନେତା । ବିଜେଡି, ବିଜେପି ଏବଂ କଂଗ୍ରେସର ଷ୍ଟାର ପ୍ରଚାରକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ବିଜେଡିର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସୋମବାର ଠାରୁ ପିପିଲିରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଜୋରଦାର କରିବେ ପ୍ରଚାର । ସେଥିପାଇଁ ନବୀନଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ତେବେ ନବୀନ ଆସନ୍ତା ୨୨ ତାରିଖରୁ ଭର୍ଚୁଆଲି ପ୍ରଚାରରେ ଯୋଡି ହେବେ ।

ଅନ୍ୟପଟେ ବିଜେପିର ମଙ୍ଗ ଧରିବେ ରାଜ୍ୟର ସଭାପତି ସମୀର ମହାନ୍ତି । ତେବେ ଦଳର ଷ୍ଟାର ପ୍ରଚାରକ ରହିବେ ତିନି କେନ୍ଦ୍ର ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁ ସୋମବାର ଠାରୁ ପିପିଲିରେ ପ୍ରଚାର ଆରମ୍ଭ କରିବେ । ସେପଟେ କଂଗ୍ରେସ ବି ପ୍ରସ୍ତୁତ । ଆଜି କଂଗ୍ରେସ ଭବନରେ ଏହାକୁ ନେଇ ଉପ ନିର୍ବାଚନ ପାଇଁ ଗଠନ ସମନ୍ନୟ କମିଟିର ବୈଠକ ବସିଥିଲା । ଚିରଞ୍ଜିବୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଦଳ ଜୋରଦାର ପ୍ରଚାରର କରିବ ବୋଲି ସେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ