Masthead

“ପିପିଲି ଦାୟିତ୍ୱ ନେବେ ନବୀନ”

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଗଲାଣି ଜୋରଦାର ଲଢେଇ । ତିନି ପ୍ରମୁଖ ଦଳର ନେତା ଲୋକଙ୍କୁ ମନେଇବାରେ ଅଣ୍ଟା ଭିଡିଲେଣି । ମାତ୍ର ପୂର୍ବପରି ଏହି ଆସନ ଅକ୍ତିଆର କରିବା ପାଇଁ ଭିନ୍ନ ତରିକା ଆପଣେଇବା ବିଚିତ୍ର ନୁହେଁ । ବିଜେପୁର, ପାଟକୁରା, କେନ୍ଦ୍ରାପଡ଼ା, ବାଲେଶ୍ୱର, ତିର୍ତ୍ତୋଲ ପରେ ଏବେ ପିପିଲି ନିର୍ବାଚନମଣ୍ଡଳୀର ଦାୟିତ୍ୱ ସମ୍ଭାଳିବେ ବିଜେଡି ସୁପ୍ରିମୋ, ଅର୍ଥାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକଥା ଆମେ କହୁନୁ ।

ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି କହୁଛନ୍ତି । ଆମେ ବୁଝିବା ଜୁନିୟର ମହାରଥୀ ମାନେ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଜିତାଇବା ପାଇଁ ବିଜେଡି ସୁପ୍ରିମୋ ଆପଣେଇବେ ସେହି ପୁରୁଣା ରଣନୀତି । ସାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଇବି ନିର୍ଦ୍ଧିଷ୍ଟ ଏକ ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେବେ ବୋଲି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପୁରୁଣା ଷ୍ଟ୍ରାଟେଜିକୁ ସମାଲୋଚନା କରିଛନ୍ତି କଂଗ୍ରେସର ପିପିଲି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ।

ନବୀନ ଯେଉଁ ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଇଛନ୍ତି ବୋଲି କହୁଛନ୍ତି, ସେଠାରେ କ’ଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟଲକ୍ଷ୍ମୀ । କିଛିଦିନ ତଳେ ପିପିଲି-ଡେଲାଙ୍ଗ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭୂଇଁ ଚାଟିବା ପରେ ଲୋକେ କାହାକୁ ଭରସା କରିବେ ମେ ୨ରେ ସ୍ପଷ୍ଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି