Masthead

ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୁଣି ରିମାଣ୍ଡରେ ଗଲେ ଅଭିଯୁକ୍ତ । ଉମା ବିଷୋୟୀ, କୁରୁପତି ଭୂୟାଁ, ଯୋଗେନ୍ଦ୍ର ରିମାଣ୍ଡରେ ଗଲେ । ୨ ଦିନିଆ ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରି ପୁଲିସ ସତ ଉଗାରିବ। ଏହା ପୂର୍ବରୁ ୫ଜଣ ସାକ୍ଷୀ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା ହୋଇଥିଲା। ଗୁରୁବାର ଟିଆଇ ପରେଡ ରିପୋର୍ଟ ଆସିଥିଲା। ସାକ୍ଷୀମାନେ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ସୁଟର କୁରୂପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଚିହ୍ନଟ କରିଥିଲେ।

ଏହି ଟିଆଇ ପରେଡ ରିପୋର୍ଟ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରାଯାଇଛି।ବ୍ରହ୍ମପୁର ଜେଲରେ ପ୍ରଥମ ପର୍ୟ୍ୟାୟରେ ୫ ଅଭିଯୁକ୍ତ ଯଥା ଶିଶୁପାଳ କୁମାର ପାଷ୍ଠାନ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ଵାଇଁ ଓ ଉମା ଶଙ୍କର ବିଶୋୟୀଙ୍କୁ ଚିହ୍ନଟ କରିବା ପାଇଁ ଦୁଇଜଣ ସାକ୍ଷୀଙ୍କୁ ଟିଆଇ ପରେଡରେ ସାମିଲ କରାଯାଇଥିଲା । ସେହିପରି ଦ୍ଵିତୀୟ ପର୍ୟ୍ୟାୟରେ କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତ ଓରଫ ଯୋଗୀଙ୍କ ଟିଆଇ ପରେଡ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଟିଆଇ ପରେଡ଼ରେ ସାକ୍ଷୀମାନେ କାହାରିକୁ ଚିହ୍ନଟ କରିପାରି ନଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ଟିଆଇ ପରେଡ଼ରେ ଚିଣ୍ଟୁ ପ୍ରଧାନ ଓ କରୁପତି ଭୂୟାଁଙ୍କୁ ଚିହ୍ନଟ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା