Masthead

କୋଭିଡ ଚିକିତ୍ସାରୁ ବାଦ୍ ପଡ଼ିଲା ପ୍ଲାଜମା ଥେରାପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ଚିକିତ୍ସାରେ ପ୍ଲାଜମା ଥେରାପିକୁ ନା । କରୋନା ଚିକିତ୍ସାରେ ଆଉ ବ୍ୟବହାର ହେବ ନାହିଁ ପ୍ଲାଜମା ଥେରାପି । କୋଭିଡର ପ୍ରଥମ ଲହରରେ ପ୍ଲାଜମା ଥେରାପି ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ଠାରୁ ଏହା ବନ୍ଦ ରହିବ ବୋଲି କହିଛି ଆଇସିଏମଆର । ଏନେଇ ଆଇସିଏମଆର ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ବର୍ତ୍ତମାନର ସୂଚନା ଅନୁଯାୟୀ, ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ଶରୀର ଉପରେ ନକରାତ୍ମକ ପ୍ରଭାବ ପଡୁଛି । ତେଣୁ ଏହି ଚିକିତ୍ସା ବର୍ତ୍ତମାନ ପାଇଁ ବନ୍ଦ ରହିବ । ଏହି ଚିକିତ୍ସା ବନ୍ଦ ରହିବା ନେଇ ଏମ୍ସ ଏବଂ ଆଇସିଏମଆର ପକ୍ଷରୁ ମିଳିତ ଅନୁଧ୍ୟାନ କରାଯାଇଥିଲା ।


ପ୍ଲାଜମା ଥେରାପି ଉପରେ ଗବେଷଣା କରିବାକୁ ଆଇସିଏମଆର ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ପ୍ଲାଜମା ଥେରାପିର ଚିକିତ୍ସା ନେଇ ବହୁ ଦିନ ହେବ ଗବେଷଣା ଜାରି ରହିଥିଲା । ଶେଷରେ ଏନେଇ ଆଜି ଆଇସିଏମଆର ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରି ରଖିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି । ତେଣୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ପ୍ଲାଜମା ଥେରାପିକୁ ବନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ