Masthead

LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି ।  ଦିଲ୍ଲୀ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ।  ଭୁଟାନରୁ ଫେରି ସିଧା ହସ୍ପିଟାଲ୍‌ ଯାଇ ଭେଟିଲେ। ପଡୋଶୀ ଭୂଟ୍ଟାନକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ଏପଟେ ସୋମବାର ସଂଧ୍ୟାରେ ଲାଲକିଲ୍ଲା ସମ୍ମୁଖରେ କାର ବିସ୍ଫୋରଣରେ ଯାଇଛି ୧୩ ଜଣଙ୍କ ଜୀବନ । ଡଜନେରୁ ଅଧିକ ଲୋକ ଆହତ ହୋଇ ଏଲ୍ଏନଜେପି ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ପ୍ରଧାନମନ୍ତ୍ରୀ ବୁଧବାର ଦିଲ୍ଲୀରେ ଅବତରଣ ପରେ ତୁରନ୍ତ କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଡାକ୍ତରଖାନାକୁ ଯାଇ ସେହି ବିସ୍ଫୋରଣ ପୀଡିତଙ୍କୁ ଭେଟିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସଂପର୍କରେ ବୁଝିଛନ୍ତି । ଏହାସହ ବିସ୍ଫୋରଣ ସଂପର୍କୀତ ଏକ ଗୁରୁତ୍ବପୂର୍ଣ୍ମ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସାରା ଦେଶକୁ ଥରାଇଦେଇଛି ୧୦/୧୧ ଦିଲ୍ଲୀ କାର ବୋମା ବିସ୍ଫୋରଣ । ତେବେ ଏନେଇ ବିଦେଶ ମାଟିରୁ ବି ଷଡୟନ୍ତ୍ରକାରୀଙ୍କୁ ପ୍ରଧାନମନ୍ତ୍ରୀ ଦେଇସାରିଛନ୍ତି ଚେତାବନୀ । ବିସ୍ଫୋରଣ ଘଟାଇଥିବା , ସେଥିରେ ସଂପୃକ୍ତ ଥିବା କେହି ବି ଜଣେ ଅଭିଯୁକ୍ତ ଏବଂ ଷଡୟନ୍ତ୍ରକାରୀ ନିସ୍ତାର ପାଇବେ ନାହିଁ । ସେମାନଙ୍କୁ ନିଶ୍ଚିତ ଭାବେ ଆଇନର କାଠଗଡ଼ାରେ ଛିଡ଼ାକରାଯିବ । କାହାରିକୁ ମଧ୍ୟ ଛଡାଯିବ ନାହିଁ । ଆଉ ବୁଧବାର ଆହତଙ୍କୁ ସାକ୍ଷାତ କରିସାରିବା ପରେ ସେହି କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । “ ଆଜି ମୁଁ ଏକ ବ୍ୟଥିତ ହୃଦୟରେ ଏଠାକୁ ଆସିଛି । ସୋମବାର ଲାଲ୍କିଲ୍ଲା ସାମ୍ନାରେ ଘଟିଥିବା ଅଭାବନୀୟ ଘଟଣା ମୋତେ ଗଭୀର ବେଦନା ଦେଇଛି । ଏହି ଭୟାନକ ଏବଂ ନୃଶଂସ ଘଟଣା ସମସ୍ତଙ୍କ ପାଇଁ ଅତି ଦୁଃଖଦ ଏବଂ କଷ୍ଟକର । ମୁଁ ପୀଡିତ ପରିବାରଙ୍କ ଦୁଃଖ ଓ ବେଦନାକୁ ଅନୁଭବ କରୁଛି । ତେବେ ଏହି କ୍ଷଣରେ ସାରା ଦେଶ ସେହି ପରିବାର ମାନଙ୍କ ପଛରେ ଛିଡା ହୋଇଛି । “ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି