ଗାଁ ପୁଅ ପାଇଁ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି ଗାଁ ଲୋକେ

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ଆଖିରୁ ଶୁଖୁନି ଲୁହ । କାନ୍ଦୁଛି ମାଆ, କାନ୍ଦୁଛି ପୁରା ଗାଁ । ଗାଁ ପୁଅ ପାଇଁ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି ଗାଁ ଲୋକେ । ଯିଏ ପରିବାର ପୋଶେ ସିଏ ଏବେ ଶର୍ଯ୍ୟାଶାୟୀ । ଯାହା ଉପରେ ଦିନେ ଥିଲା ପୁରା ପରିବାରର ବୋଝ ସେ ନିଜେ ଏବେ ଅନ୍ୟ ଉପରେ ନିର୍ଭର । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ପ୍ରିତିପୁର ଗାଁର ପପୁ ମଲ୍ଲିକ । ପପୁ ନିଜ ପରିବାର ଦୁଃଖକୁ ଦୂର କରିବା ପାଇଁ ଦାଦନ ଖଟିଵାକୁ ତାମିଲଲାଡୁ ଯାଇଥିଲେ । ସେଠାରେ ଦଶବର୍ଷ କାମକରିଥିଲେ କିନ୍ତୁ ଗତ ତିନମାସ ପୂର୍ବରୁ ପପୁ ହଠାତ ଚେତାଶୂନ୍ୟ ହୋଇ ପଡିଥିଲେ । ଚିକିତ୍ସା ପରେ ଜନାପଡିଥିଲା ଯେ ତାଙ୍କ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ କଟକ ଏସସିବିକୁ ଆଣିଥିଲେ । ଅର୍ଥ ଅଭାବରୁ ସଠିକ ଚିକିତ୍ସା ନପାଇ ଏବେ ଘରେ ଶର୍ଯ୍ୟାଶାୟୀ ପପୁ ।

ପପୁଙ୍କ ବାପା କୈଳାଶ ମଲ୍ଲିକଙ୍କ ଜଣେ ମାନସିକ ବିକୃତ ସେ କୋଉଠି ଖାଆନ୍ତି କୋଉଠି ଶୁଅନ୍ତି ତାର କିଛି ଠିକଣା ନାହିଁ । ମାଆ ପରେ ଘରେ ବାସନ ମାଜନ୍ତି । ଏପଟେ ଘରେ ପପୁଙ୍କୁ ମିଶାଇ ଆଠ ପ୍ରାଣୀ କୁଟୁମ୍ଭ । ଆଉ ପପୁ ଥିଲେ ଏ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ତେଣୁ ପପୁଙ୍କ ଦେହ ଖରାପ ପରେ ସମ୍ପୂର୍ଣ ପରିବାର ବର୍ତମାନ ବେହେସାହାରା ହୋଇପଡିଛନ୍ତି । ଓଳିଏ ଖାଇବା ପାଇଁ ତାଙ୍କ ପାଖରେ ଅର୍ଥନାହିଁ ଆଉ ପପୁଙ୍କ ଚିକିତ୍ସା କରିବେ କିପରି । ଭେଣ୍ଡିଆ ପୁଅକୁ ବଂଚାଇବା ପାଇଁ କେବଳ ତାଙ୍କ ମାଆ ନୁହେଁ ପୁରା ଗାଁ ଲୋକେ ଗାଁ ଗାଁ ବୁଲି ଭିକ ମାଗିବା ସହ ଆର୍ଥିକ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ବୋଝ ଉପରେ ଲଳିତା ବିଡ଼ା ପରି ରାସନ କାର୍ଡରୁ ମଧ୍ୟ ପପୁଙ୍କ ନାଁ କଟିଯାଇଛି । ତାଙ୍କୁ ଆର୍ଥିକ ସହାୟତା ଦାବି ହୋଇଛି । ପପୁ ଭଲ ହୋଇଗଲେ କେବଳ ପପୁ ନୁହେଁ ପୁରା ଆଠ ପ୍ରାଣୀ କୁଟୁମ୍ବ ବଂଚିଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ