Masthead

ଆଜି ୟୁଏଇରେ ଲୋକାର୍ପଣ ହେବ ସ୍ୱାମୀ ନାରାୟଣ ମନ୍ଦିର, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଆବୁଧାବି ସ୍ଥିତ ବିଏପିଏସ ସ୍ୱାମୀ ନାରାୟଣ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱ ଦେଖିବ ଆବୁଧାବିରେ ନିର୍ମିତ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିର । ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ୱନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଛି । ସ୍ଥାନୀୟ ସମୟ ଅନୁସାରେ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୭ଟା ଭିତରେ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି । ମନ୍ଦିରରେ ବ୍ୟବହାର ହୋଇଥିବା ପିଙ୍କ୍ ପଥର ରାଜସ୍ଥାନରୁ ଆସିଥିବା ବେଳେ ହ୍ୱାଇଟ୍ ଇଟାଲିଆନ୍ ମାର୍ବଲ ଇଟାଲୀରୁ ଆସିଛି । ଗ୍ରାନାଇଟ୍ ଓ ଧଳା ମାର୍ବଲରେ ନିର୍ମାଣ ଏହି ମନ୍ଦିର ବେଶ୍ ମନମୁଗ୍ଧକର । ମନ୍ଦିରରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ବି ନିଖୁଣ ଭାବେ ନିର୍ମାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ