Masthead

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନାଁରେ ମାମଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନାଁରେ ମାମଲା । ମାମଲା ରୁଜୁ କରିଛି ଇନେ୍ଦାର ପୋଲିସ । ଆରଏସଏସ ପୂର୍ବତନ ମୁଖ୍ୟ ଏମ୍.ଏସ୍. ଗୋଲୱଲକରଙ୍କ ବିଷୟରେ ବିବାଦୀୟ ପୋଷ୍ଟ ସେୟାର କରିଥିଲେ । ଜଣେ ସ୍ଥାନୀୟ ଓକିଲ ଓ ‘ଆର୍‌ଏସ୍‌ଏସ୍‌’ କର୍ମୀ ରାଜେଶ ଯୋଶୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ସିଂହଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ତୁକୋଗଞ୍ଜ ଥାନା ଅଧିକାରୀ । ଅଭିଯୋଗରେ ଯୋଶୀ ଦର୍ଶାଇଛନ୍ତି ଯେ, ଜନସାଧାରଣଙ୍କୁ ଉସୁକାଇ ଦଳିତ, ପଛୁଆବର୍ଗ, ମୁସଲମାନ ଓ ହିନ୍ଦୁଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି କରାଇବାକୁ ସିଂହ ‘ଫେସ୍‌ବୁକ୍‌’ରେ ଗୁରୁଜୀଙ୍କ (ଗୋଲ୍‌ୱଲ୍‌କର) ଫଟୋ ଓ ନାଁ ଥିବା ବିବାଦୀୟ ପୋଷ୍ଟର୍‌ ସେୟାର୍‌ କରିଛନ୍ତି।

ଏହି ପୋଷ୍ଟ ସଂଘ କର୍ମୀ ଓ ସମଗ୍ର ହିନ୍ଦୁ ସମ୍ପ୍ରଦାୟଙ୍କ ଧାର୍ମିକବିଶ୍ବାସକୁ ଆଘାତ ଦେଇଛି। ସଂଘର ଗରିମା ନଷ୍ଟ କରିବା ଲାଗି ସିଂହ ଗୋଲ୍‌ୱଲ୍‌କର୍‌ଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଅପ୍ରାସଙ୍ଗିକ ପୋଷ୍ଟ୍‌ ସେୟାର କରିଥିବା କହିଛନ୍ତି ସ୍ଥାନୀୟ ସଂଘ କର୍ମକର୍ତ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି