Masthead

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନାଁରେ ମାମଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନାଁରେ ମାମଲା । ମାମଲା ରୁଜୁ କରିଛି ଇନେ୍ଦାର ପୋଲିସ । ଆରଏସଏସ ପୂର୍ବତନ ମୁଖ୍ୟ ଏମ୍.ଏସ୍. ଗୋଲୱଲକରଙ୍କ ବିଷୟରେ ବିବାଦୀୟ ପୋଷ୍ଟ ସେୟାର କରିଥିଲେ । ଜଣେ ସ୍ଥାନୀୟ ଓକିଲ ଓ ‘ଆର୍‌ଏସ୍‌ଏସ୍‌’ କର୍ମୀ ରାଜେଶ ଯୋଶୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ସିଂହଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ତୁକୋଗଞ୍ଜ ଥାନା ଅଧିକାରୀ । ଅଭିଯୋଗରେ ଯୋଶୀ ଦର୍ଶାଇଛନ୍ତି ଯେ, ଜନସାଧାରଣଙ୍କୁ ଉସୁକାଇ ଦଳିତ, ପଛୁଆବର୍ଗ, ମୁସଲମାନ ଓ ହିନ୍ଦୁଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି କରାଇବାକୁ ସିଂହ ‘ଫେସ୍‌ବୁକ୍‌’ରେ ଗୁରୁଜୀଙ୍କ (ଗୋଲ୍‌ୱଲ୍‌କର) ଫଟୋ ଓ ନାଁ ଥିବା ବିବାଦୀୟ ପୋଷ୍ଟର୍‌ ସେୟାର୍‌ କରିଛନ୍ତି।

ଏହି ପୋଷ୍ଟ ସଂଘ କର୍ମୀ ଓ ସମଗ୍ର ହିନ୍ଦୁ ସମ୍ପ୍ରଦାୟଙ୍କ ଧାର୍ମିକବିଶ୍ବାସକୁ ଆଘାତ ଦେଇଛି। ସଂଘର ଗରିମା ନଷ୍ଟ କରିବା ଲାଗି ସିଂହ ଗୋଲ୍‌ୱଲ୍‌କର୍‌ଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଅପ୍ରାସଙ୍ଗିକ ପୋଷ୍ଟ୍‌ ସେୟାର କରିଥିବା କହିଛନ୍ତି ସ୍ଥାନୀୟ ସଂଘ କର୍ମକର୍ତ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ