Masthead

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଅଭିନେତ୍ରୀ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ):   ଡ୍ରଗସ କେସରେ ଦିନକୁ ଦିନ ଛନ୍ଦି ହେଇଯାଉଛନ୍ତି ସେଲିବ୍ରିଟି । ଯାହାକୁ ନେଇ ଅଡୁଆ ବଢି ଚାଲିଛି । ଏହି ମାମଲାରେ ଜଣଙ୍କ ପରେ ଜଣେ ଅଭିନେତା ଏବଂ ଅଭିନେତ୍ରୀ ଧରାପଡୁଛନ୍ତି । ନିକଟରେ କିଛି ସେଲିବ୍ରିଟିଙ୍କୁ ଡ୍ରଗସ କେସ ମାମଲାରେ ଏନସିବି ଗିରଫ କରିଥିଲା । ଏବେ ପୁଣି ଏହି ମାମଲାରେ ଆଉ ଜଣେ ସେଲିବ୍ରିଟି ଗିରଫ ହୋଇଛନ୍ତି । ସାଉଥ୍ ଅଭିନେତ୍ରୀ ସୋନାଲି ଅଗ୍ରୱାଲଙ୍କୁ କର୍ଣ୍ଣାଟକ ପୋଲିସ ଏକ ଲଗଜୁରୀ ହୋଟେଲରୁ ଆଜି ଗିରଫ କରିଛି । ତାଙ୍କ ସହ ଆଉ ଦୁଇ ଜଣ ମଧ୍ୟ ଗିରଫ ହୋଇଛନ୍ତି ।

ଆଜି ସକାଳୁ କର୍ଣ୍ଣାଟକ ପୋଲିସ ଏକକାଳୀନ ବେଙ୍ଗାଲୁରୁର ୩ ଟି ସ୍ଥାନରେ ରେଡ କରିଥିଲାବେଳେ ୪୦ ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଏହାପରେ ସୋନିଆ ଅଗ୍ରୱାଲ,ଡିଜେ ବଚ୍ଚନ ଚିନ୍ନପା ଓ ଉଦ୍ୟୋଗପତି ଭାରତଙ୍କୁ ଗିରଫ କରିଛି । ଏମାନେ ବେଙ୍ଗାଲୁରର ଅଭିନେତା,ଅଭିନେତ୍ରୀଙ୍କୁ ଡ୍ରଗସ ବଣ୍ଟନ କରୁଥିବା ସୂଚନା ମିଳିଛି । ପୂର୍ବରୁ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ଆଫ୍ରିକୀୟ ଯୁବକଙ୍କୁ ପଚରାଉଚରା କରିବା ପରେ ଏମାନଙ୍କ ନାଁ ସାମ୍ନାକୁ ଆସିଥିଲା । ଆଉ ଏହି ଆଧାରରେ ପୋଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ