Masthead

୨୫ ଚୋରି ମୋଟର ସାଇକେଲ ଉଦ୍ଧାର କଲା ଲକ୍ଷ୍ମୀପୁର ଥାନା ପୋଲିସ

କୋରାପୁଟ (ବଡ଼ ଖବର ବ୍ୟୁରୋ):କୋରାପୁଟ ଜିଲ୍ଲା ଏସ୍ପି ଏବଂ ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀପୁର ଓ କାକିରିଗୁମ୍ମା ପୋଲିସ କୁ ମିଳିଲାୂ ବଡ ସଫଳତା । ଲକ୍ଷ୍ମୀପୁର ମେଡିକାଲ ପଛପଟେ ରହି ବିଭିନ୍ନ ସମୟରେ ପୋଲିସର ନିଦ ହଜାଇ ଦେଇ ଥିବା ଦୁଇଜଣଙ୍କୁ ଆସାମୀକୁ ପୋଲିସ ଠାବ କରି ଗିରଫ କରିଛି । ଏମାନଙ୍କ ନାମରେ ବିଭିନ୍ନ ଥାନା ଅଞ୍ଚଳରେ ମୋଟର ସାଇକେଲ ଚୋରି ଅଭିଯୋଗ କରହିଛି । ଏମାନଙ୍କ ନିକଟରୁ ୨୫ ଟି ମୋଟର ସାଇକଲ ଉଧାର କରାଜାଇଛି ।

ଏନେଇ ଥାନା ଅଧିକାରୀ ଶୁଜ୍ଞାନୀ ସାହୁ ଓ କାକିରିଗୁମ୍ମା ଥାନା ଅଧିକାରୀ ଡମ୍ବରୁ ଧର ଭାତରିୟା ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ୨୫ ଟି ମୋଟର ସାଇକେଲ ଉଧାର କରିଥିବା ଲକ୍ଷ୍ମୀପୁର ଦାୟିତ୍ଵରେ ଥିବା ସୁନାବେଡ଼ା ଏସଡିପିଓ ମନୋବ୍ରତା ଶତପଥୀ ଆଜି ସାମ୍ବାଦିକ ସମ୍ମିଳନୀରେ କରି ସୂଚନା ଦେଇଥିଲେ । ଏହି ଦୁଇ ଥାନା ଅଧିକାରୀ ଚଢ଼ଉ ସମୟରେ ପଦମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ରାୟଗଡ଼ା ଥାନା ଅଧିକାରୀ କେ.କେ.ବି.କେ କହଁର ସଂପୂର୍ଣ୍ଣ ସହଯୋଗ କରିଥିଲେ। ଆଜି ଦୁଇ ଜଣ ଚୋର ସହ ତିନିଜଣ ଚୋରି ମୋଟର ସାଇକେଲ କିଣିଥିବା ବ୍ୟବସାୟୀକୁ ପୋଲିସ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ