Masthead

ଜେଲକୁ ଗଲା ବେଳେ ସୁଶୀଲଙ୍କ ସହ ଫଟୋ ଉଠାଇଲେ ପୋଲିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହତ୍ୟା ମାମଲାରେ ଜେଲରେ ଥିବା ସୁଶୀଲ କୁମାରଙ୍କୁ ଆଜି ନିଆଯାଇଥିଲା ତିହାର ଜେଲକୁ । ତେବେ ଜେଲ ଯିବା ପୂର୍ବରୁ ପୋଲିସ କର୍ମଚାରୀ ସୁଶୀଲଙ୍କ ସହ ସେଲଫି ନେଇଛନ୍ତି । ତେବେ ଏହି ସମୟରେ ସୁଶୀଲ କମଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜରକୁ ଆସିଛି । ତାଙ୍କ ସହ ପ୍ରାୟ ଅଧ ଡଜନ ପୋଲିସ ଉପସ୍ଥିତ ଥିଲେ। ଏହି ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ କେତେକ ହାତରେ ଅସ୍ତ୍ରଶସ୍ତ୍ର ଧରି ସିଭିଲ୍ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଜୁଲାଇ ୯ ପର୍ୟ୍ୟନ୍ତ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସାଗର ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜି ନ ପାଇବା ପରେ ସୁଶୀଲ କୁମାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୁଲିସ।

ଅର୍ଥାତ ସୁଶୀଲ କୁମାରଙ୍କୁ ପୁଲିସ ହାତରେ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଏହାପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲା ଦିଲ୍ଲୀ ପୁଲିସ। ପୁଲିସ ସୂଚନାନୁସାରେ, ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡ଼ୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚଳାଇଥିଲା। ସୁଶୀଲଙ୍କ ବ୍ୟତୀତ ୯ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି