Masthead

ଜେଲକୁ ଗଲା ବେଳେ ସୁଶୀଲଙ୍କ ସହ ଫଟୋ ଉଠାଇଲେ ପୋଲିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହତ୍ୟା ମାମଲାରେ ଜେଲରେ ଥିବା ସୁଶୀଲ କୁମାରଙ୍କୁ ଆଜି ନିଆଯାଇଥିଲା ତିହାର ଜେଲକୁ । ତେବେ ଜେଲ ଯିବା ପୂର୍ବରୁ ପୋଲିସ କର୍ମଚାରୀ ସୁଶୀଲଙ୍କ ସହ ସେଲଫି ନେଇଛନ୍ତି । ତେବେ ଏହି ସମୟରେ ସୁଶୀଲ କମଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜରକୁ ଆସିଛି । ତାଙ୍କ ସହ ପ୍ରାୟ ଅଧ ଡଜନ ପୋଲିସ ଉପସ୍ଥିତ ଥିଲେ। ଏହି ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ କେତେକ ହାତରେ ଅସ୍ତ୍ରଶସ୍ତ୍ର ଧରି ସିଭିଲ୍ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଜୁଲାଇ ୯ ପର୍ୟ୍ୟନ୍ତ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସାଗର ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜି ନ ପାଇବା ପରେ ସୁଶୀଲ କୁମାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୁଲିସ।

ଅର୍ଥାତ ସୁଶୀଲ କୁମାରଙ୍କୁ ପୁଲିସ ହାତରେ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଏହାପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲା ଦିଲ୍ଲୀ ପୁଲିସ। ପୁଲିସ ସୂଚନାନୁସାରେ, ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡ଼ୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚଳାଇଥିଲା। ସୁଶୀଲଙ୍କ ବ୍ୟତୀତ ୯ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ