Masthead

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି- ବିଜେପି –କଂଗ୍ରେସ ମୁହାଁମୁହିଁ । ବିଜେଡି ଓ କଂଗ୍ରେସ, ବିଜେପି ମୁଣ୍ଡରେ ଅଠା ବେଳୁଥିବା ବେଳେ ବିଜେପି କହିଛି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ନ ପଡନ୍ତି ।   ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯେଉଁ ଗାଇଡ଼ ଲାଇନ କେନ୍ଦ୍ର କରିଛି, ସେଥିରେ ଅନେକ ଯୋଗ୍ୟ ଲୋକ ବାଦ ପଡି ଯାଉଛନ୍ତି । ଅନେକ ପ୍ରତିବନ୍ଧକ କେନ୍ଦ୍ର ଲଗାଇଛି । ଆମେ ୧୫ ଲକ୍ଷ ହିତାଧିକାରୀଙ୍କୁ ଆବାସ ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରୁଛୁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଢେ ୯ ଲକ୍ଷ ଘର ମଞ୍ଜୁର କରିଛନ୍ତି । ତଥାପି ପ୍ରତ୍ୟେକ ଗରିବ ଲୋକଙ୍କୁ ଛାତ ଖଣ୍ଡେ ଦେବା ପାଇଁ ରାଜ୍ୟ ସରକାର ତପ୍ତର ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

ଦୀର୍ଘ ତିନିବର୍ଷ ଧରି ପକ୍କା ଘର ଟିଏ ନ ପାଇ ଲୋକେ ହନ୍ତସନ୍ତ ହେଲେଣି ।  ଉପା ସରକାର ଅମଳରେ ଯେତେ ମାଗୁଥିଲେ ସେତେ ମିଳୁଥିଲା । ବିଜେଡି-ବିଜେପି ଲଢେଇ ପାଇଁ ଲୋକେ ହଇରାଣ ହେଉଛନ୍ତି ବୋଲି କଂଗ୍ରେସ କହିଛି ।   ବିଜେପି କହିଛି ସରକାର ଦୁଇ ଦୁଇ ଥର ଲୋକଙ୍କ ଠାରୁ ଅଭିଯୋଗ ମାଗିଲେ । ଅଭିଯୋଗଗୁଡ଼ିକ ସ୍କୃଟିନିଂ କରି ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କାଟିବା କଥା । ଅଭିଯୋଗରେ ନାଁ ଗୁଡ଼ିକ କଟି ଗଲେ, କେନ୍ଦ୍ର ଦେଇଥିବା ଟାର୍ଗେଟ ଭରଣା କରି ପାରିବେ ନାହିଁ । ଫଳରେ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଲେ । ଏହାକୁ ନେଇ ବିଜେପି ବାରମ୍ବାର କହିବା ପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜନୀତି ଚାଲିଥିବା ବେଳେ ଯୋଗ୍ୟ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ