Before Header

ନିଜେ ତିଆରି କରିଥିବା ହେଲିକପ୍ଟର ପଙ୍ଖା ଭାଙ୍ଗି ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ

0 135

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମନରେ ଥିଲା ଅସୁମାରୀ ସ୍ୱପ୍ନ । କିନ୍ତୁ ସ୍ୱପ୍ନ ପୂରଣ ହେବା ପୂର୍ବରୁ ହିଁ ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ୟଭତମାଲ ଜିଲ୍ଲାରେ । ଜଣେ ୨୪ବର୍ଷର ଯୁବ ଇଞ୍ଜିନିୟର ପ୍ରସ୍ତୁତ କରିଥିଲେ ହେଲିକପ୍ଟର । ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପରେ ଏହାର ସଫଳ ପରୀକ୍ଷଣ କରିବାକୁ ବି ଚେଷ୍ଟା କରିଥିଲେ । କିନ୍ତୁ ଶେଷ ସମୟରେ ଓଲଟିଗଲା ସବୁ କିଛି ।

ହେଲିକପ୍ଟର ଉଡ଼ାଣ ଭରିବା ସମୟରେ ହିଁ ପଙ୍ଖା ଭାଙ୍ଗି ଯାଇଥିଲା । ଆଉ ଏହା ଆସି ବାଜିଥିଲା ଯୁବ ଇଞ୍ଜିନିୟରଙ୍କ ବେକରେ । ଯାହାଫଳରେ ଯୁବକଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି । ନିଜ ସ୍ୱପ୍ନ ପୂରଣ କରିବା ପୂର୍ବରୁ ହିଁ ନିଜ ପ୍ରାଣ ହରାଇଛନ୍ତି ଯୁବକ ଜଣକ । ଯାହାର ଭିଜୁଆଲ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.