Masthead

ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାରେ ବଢ଼ୁଛି ପ୍ରଦୂଷଣର ମାତ୍ରା

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଶିଳ୍ପସମୃଦ୍ଧ ଝାରସୁଗୁଡ଼ାରେ ପ୍ରଦୂଷଣ ମାତ୍ରା ଅଧିକ । କାରଖାନାଗୁଡିକର ଫ୍ଲାଏ ଆସ୍ ସମସ୍ୟା ବଢାଉଛି । ଇବ୍ ଓ ଭେଡ଼େନ ନଦୀର ପ୍ରଦୂଷିତ ଜଳ ହୀରାକୁଦ ଜଳଭଣ୍ଡାରରେ ମିଶିବା ଆଶଙ୍କା ରହିଛି । ପ୍ରଶାସନ ଓ ବିଭିନ୍ନ କମ୍ପାନୀ ମଧ୍ୟରେ ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନାହିଁ । ଦେଖନ୍ତୁ ଝାରସୁଗୁଡ଼ା ଜିଲ୍ଲା ରାଜପୁର ପଞ୍ଚାୟତ ଜୁନାନୀମୁଣ୍ଡାର ଚିତ୍ର ଅନୁମତିପ୍ରାପ୍ତ ସ୍ଥାନ ବାହାରେ ଚାଲିଛି ବଜ୍ୟବସ୍ତୁ କୁପରିଚାଳନା । ଏନଜିଟି ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।

କାରଖାନାରୁ ନିର୍ଗତ ପାଉଁଶ ମିଶ୍ରିତ ଜଳ ଯୋଗୁଁ ଜମିର ଉର୍ବରତା ନଷ୍ଟ ହେଉଛି । ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଲୋକମାନେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ତଥାପି କୌଣସି ଆଖୁଦୃଶିଆ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଶେଷରେ ଲୋକେ ଏନ୍ଜିଟିର ଆଶ୍ରୟ ନେଇଥିଲେ ।ଏ ନ୍ଜିଟିର ନିର୍ଦେଶ ପରେ ଆରମ୍ଭ ହୋଇଛି ତଦନ୍ତ । ତଦନ୍ତ ପରେ ରିପୋର୍ଟ ଦାଖଲ କରିବୁ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ଏନ୍ଜିଟିର ନିର୍ଦ୍ଦେଶ କ୍ରମେ ମାଟି ଓ ପାଣିର ନମୂନା ସଂଗ୍ରହ କରିଛୁ । ଅନୁଧ୍ୟାନ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ରାଜପୁର ସରପଞ୍ଚ କହିଛନ୍ତ ତୁରନ୍ତ ପାଉଁଶ କାଢ଼ିବା ପାଇଁ ପ୍ରଶାସନ ନିକଟର ଦାବି କରିଛନ୍ତି । କାରଖାନା କର୍ତ୍ତୁପକ୍ଷ ଏବଂ ପାଉଁଶ ସ୍ଥାନାନ୍ତର କାମ ନେଇଥିବା ଥିବା ଠିକା ସଂସ୍ଥା ଯେଉଁଠି ଖାଲି ସ୍ଥାନ ପାଉଛନ୍ତି ସେଠି ପାଉଁଶ ଜମା କରିଦେଉଛନ୍ତି । ପ୍ରଶାସନର ନିରବତା ଲୋକଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI