Masthead

ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାରେ ବଢ଼ୁଛି ପ୍ରଦୂଷଣର ମାତ୍ରା

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଶିଳ୍ପସମୃଦ୍ଧ ଝାରସୁଗୁଡ଼ାରେ ପ୍ରଦୂଷଣ ମାତ୍ରା ଅଧିକ । କାରଖାନାଗୁଡିକର ଫ୍ଲାଏ ଆସ୍ ସମସ୍ୟା ବଢାଉଛି । ଇବ୍ ଓ ଭେଡ଼େନ ନଦୀର ପ୍ରଦୂଷିତ ଜଳ ହୀରାକୁଦ ଜଳଭଣ୍ଡାରରେ ମିଶିବା ଆଶଙ୍କା ରହିଛି । ପ୍ରଶାସନ ଓ ବିଭିନ୍ନ କମ୍ପାନୀ ମଧ୍ୟରେ ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନାହିଁ । ଦେଖନ୍ତୁ ଝାରସୁଗୁଡ଼ା ଜିଲ୍ଲା ରାଜପୁର ପଞ୍ଚାୟତ ଜୁନାନୀମୁଣ୍ଡାର ଚିତ୍ର ଅନୁମତିପ୍ରାପ୍ତ ସ୍ଥାନ ବାହାରେ ଚାଲିଛି ବଜ୍ୟବସ୍ତୁ କୁପରିଚାଳନା । ଏନଜିଟି ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।

କାରଖାନାରୁ ନିର୍ଗତ ପାଉଁଶ ମିଶ୍ରିତ ଜଳ ଯୋଗୁଁ ଜମିର ଉର୍ବରତା ନଷ୍ଟ ହେଉଛି । ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଲୋକମାନେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ତଥାପି କୌଣସି ଆଖୁଦୃଶିଆ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଶେଷରେ ଲୋକେ ଏନ୍ଜିଟିର ଆଶ୍ରୟ ନେଇଥିଲେ ।ଏ ନ୍ଜିଟିର ନିର୍ଦେଶ ପରେ ଆରମ୍ଭ ହୋଇଛି ତଦନ୍ତ । ତଦନ୍ତ ପରେ ରିପୋର୍ଟ ଦାଖଲ କରିବୁ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ଏନ୍ଜିଟିର ନିର୍ଦ୍ଦେଶ କ୍ରମେ ମାଟି ଓ ପାଣିର ନମୂନା ସଂଗ୍ରହ କରିଛୁ । ଅନୁଧ୍ୟାନ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ରାଜପୁର ସରପଞ୍ଚ କହିଛନ୍ତ ତୁରନ୍ତ ପାଉଁଶ କାଢ଼ିବା ପାଇଁ ପ୍ରଶାସନ ନିକଟର ଦାବି କରିଛନ୍ତି । କାରଖାନା କର୍ତ୍ତୁପକ୍ଷ ଏବଂ ପାଉଁଶ ସ୍ଥାନାନ୍ତର କାମ ନେଇଥିବା ଥିବା ଠିକା ସଂସ୍ଥା ଯେଉଁଠି ଖାଲି ସ୍ଥାନ ପାଉଛନ୍ତି ସେଠି ପାଉଁଶ ଜମା କରିଦେଉଛନ୍ତି । ପ୍ରଶାସନର ନିରବତା ଲୋକଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ